Pratidin TV

Odisha's Digital News Platform

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ମାମାଲା : ମୃତ ଶିଶୁ ସହ ଆଖି ବୁଜିଲା ୧୨ ବର୍ଷର ମା

1 min read

କନ୍ଧମାଳ : କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଏକ ଶେବାଶ୍ରମ ସ୍କୁଲର ନାଁ ବାଳିକା ଛାତ୍ରୀ ଗର୍ଭବତୀ ମାମଲା । ଘଟଣାଟି ଛାତ୍ରୀଙ୍କ ପରିବାର ସାମ୍ନାକୁ ଆସିବା ପରେ ଗତ ମାସ ୨୪ ତାରିଖରେ ବେଲଘର ଥାନାରେ ଏତଲା ଦେଇଥିଲେ ଛାତ୍ରୀଙ୍କ ବାପା । ଏହାପରେ ପୋଲିସ ଘଟଣାର ଖୋଳତାଡ କରି ଆଉ ଏକ ସେବାଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରକୁ ଅଟକ ରଖି ପଚରାଉଚରା ଚଲେଇଥିଲା ।

ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଘଟଣାର ଅନୁଧ୍ୟାନ କରିବା ପରେ ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା। ଏହାପରେ ଗତ ମାସ ୩୦ ତାରିଖରୁ ତାଙ୍କୁ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରଖାଯାଇଥିଲା। କିନ୍ତୁ ଗତ ବୁଧବାର ଦିନ ଜି.ଉଦୟଗିରି ହସ୍ପିଟାଲରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଛାତ୍ରୀଜଣଙ୍କ ।

Advertisement

ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତେବେ ଗତକାଲି ଚିକିତ୍ସାଳୟରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗତକାଲି ରାତି ୧୧ ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ହିଁ ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଛି । ଜି.ଉଦୟଗିରି ପୁଲିସ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବକୁ ବ୍ୟାବିଛେଦ ନିମନ୍ତେ ପଠାଇଛି ।

Leave a Reply

Your email address will not be published. Required fields are marked *