ମୋହନଙ୍କୁ ଲଡୁ ଖୁଆଇ ଶୁଭେଚ୍ଛା ଦେଲେ ଧର୍ମେନ୍ଦ୍ର ପ୍ରଧାନ
1 min readଓଡିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ | ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ | ଏନେଇ ବିଜେପି ଦଳ ବୈଠକରେ ନିଷ୍ପତି ହୋଇଛି | ତେବେ ମୁଖ୍ୟମନ୍ତ୍ରୀଙ୍କ ରେସରେ ଅନେକ ମନ୍ତ୍ରୀଙ୍କ ନାଁ ରହିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ମହାନ ମାଝୀ ଏଥିରେ ବାଜି ମାରିଛନ୍ତି |
ମୋହନ ଚରଣ ମାଝୀଙ୍କୁ ଲଡୁ ଖୁଆଇ ଶୁଭେଚ୍ଛା ଦେଲେ ଧର୍ମେନ୍ଦ୍ର ପ୍ରଧାନ | ଏହା ସହ ଟ୍ୱିଟ ମଧ୍ୟ କଲେ | ଟ୍ୱିଟରେ ଲେଖିଛନ୍ତି, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ଶୁଭେଚ୍ଛା । ଆଜି ଜଣେ ଓଡ଼ିଆ ପୁଅ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ଶ୍ରୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ସ୍ବାଗତଯୋଗ୍ୟ ।
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଥିବା କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଆପଣ ମାନଙ୍କ ନେତୃତ୍ୱରେ ‘ବିକଶିତ ଓଡ଼ିଶା’ ଗଠନ ହେବା ସହ ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଆଜିର ନିଷ୍ପତି ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ଯକ୍ଷ, ବିଜେପିର ଶୀର୍ଷ ନେତୃତ୍ବ ଏବଂ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି ।
ଆଜି ଅପରାହ୍ନରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ | ଜନତା ମଇଦାନରେ ହେବ ଶପଥ ସମାରୋହ | ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ଦଳର ବରିଷ୍ଠ ନେତା ହେବେ ସାମିଲ |