Pratidin TV

Odisha's Digital News Platform

ଚଣ୍ଡିଗଡ଼ ସରକାରୀ ମେଣ୍ଟାଲ ଡାକ୍ତରଖାନାକୁ ବୋମା ଧମକ

1 min read

ଦେଶର ରାଜଧାନୀ ପରେ ଚଣ୍ଡିଗଡ଼ ସେକ୍ଟର -32 ମେଣ୍ଟାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋମା ଧମକ ଦିଆଯାଇଛି । ଧମକ ପରେ ଡାକ୍ତରଖାନାରେ ଆତଙ୍କ ଖେଳିଯାଇଥିଲା ଏବଂ ଡାକ୍ତରଖାନାରୁ ସମସ୍ତଙ୍କୁ ସ୍ଥାନନ୍ତର କରିଦିଆଯାଇଥିଲା। ମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି। ଚଣ୍ଡିଗଡ଼ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ଏହା ଚଣ୍ଡିଗଡ଼ର ସେକ୍ଟର ୩୨ ରେ ଥିବା ମେଣ୍ଟାଲ ସରକାରୀ ଡାକ୍ତରଖାନାରେ ବୋମା ଦେବା ପାଇଁ ଏକ ଧମକପୂର୍ଣ୍ଣ ମେଲ ପଠାଯାଇଥିଲା। ମେଲରେ ଏହା ଲେଖାଯାଇଛି ଯେ କିଛି ସମୟ ମଧ୍ୟରେ ମେଣ୍ଟାଲ ପ୍ରତିଷ୍ଠାନ ହସ୍ପିଟାଲ ଉପରେ ବୋମା ପକାଯିବ। ଏହି ଖବର ମିଳିବା ପରେ ଚଣ୍ଡିଗଡ଼ ପୋଲିସର ବରିଷ୍ଠ ଅଧିକାରୀ, ଅପରେସନ୍ ସେଲ୍ ଟିମ୍, ରେସକ୍ୟୁ ଅପରେସନ୍ ଟିମ୍ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ | ଏହାସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି |

ଅଧିକାରୀ କହିଛନ୍ତି ଯେ, ଚଣ୍ଡିଗଡରେ ଏହି ମେଣ୍ଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ରୋଗୀ ଥିବା ବେଳେ ଅନେକ ଡାକ୍ତର ରହିଛନ୍ତି । ଧମକ ମିଳିବା ପରେ ପୂରା ହସ୍ପିଟାଲକୁ ଖାଲି କରିଦିଆଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାର୍ଡ ମୁତୟନ ହେବା ସହ ବମ୍ ଅଛି କି ନାହିଁ ତାହା ଯାଞ୍ଚ କରୁଛି । ତେବେ କିଏ ଏବଂ କେଉଁ ଉଦେଶ୍ୟରେ ଏହି ମେଲ କରିଛି ତାହା ଏବେଯାଏଁ ସ୍ପଷ୍ଟ ହୋଇନି |

Leave a Reply

Your email address will not be published. Required fields are marked *