Pratidin TV

Odisha's Digital News Platform

ପ୍ରକାଶ ପାଇଲା  OAS ପରୀକ୍ଷା ଫଳ , ପ୍ରଥମ ପ୍ରୟାସରେ ତେଜସ୍ୱିନୀ ବେହେରା ଟପର

1 min read

ଭୁବନେଶ୍ୱର : ଶୁକ୍ରବାର ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍-୨୦୨୦ ପରୀକ୍ଷା ଫଳ। ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ। ସେଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି।

ତେବେ ଏହି ଉତ୍ତୀର୍ଣ୍ଣ ତାଲିକାରେ ପ୍ରଥମ ୩ଟି ସ୍ଥାନରେ ୩ ଜଣ ଛାତ୍ରୀ ଅଛନ୍ତି । ତେଜସ୍ୱିନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରି  OAS ଟପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚତୁର୍ଥରେ ଦେବବ୍ରତ କର, ପଞ୍ଚମରେ ଦେବବ୍ରତ ମହାରଣା, ଷଷ୍ଠରେ ଅଭିସ୍ମିତା ତିୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ, ଦଶମରେ ତପତି ରାଜ, ଏକାଦଶରେ ପଙ୍କଜ କୁମାର ମହାନ୍ତ, ଦ୍ୱାଦଶରେ ତନ୍ମିତା କର ଓ ୧୩ ନମ୍ୱରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି।ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ନମ୍ୱରରଆ ଲିତୁସ୍ମିତା ମିଶ୍ର ଅଛନ୍ତି।

Advertisement

ତେବେ ପ୍ରଥମ ପ୍ରୟାସରେ ଟପର ହୋଇଥିବା ତେଜସ୍ୱିନୀ କହିଛନ୍ତି ଯେ , ମୁଁ ପ୍ରଥମ ସ୍ଥାନରେ ରହିବି ବୋଲି କେବେ ଆଶା କରିନଥିଲି । କିନ୍ତୁ ଏହି ଲିଷ୍ଟରେ ମୋ ନା ରହିବ ବୋଲି ସୁନିଶ୍ଚିତ ଥିଲି । ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି। JNU ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି। ପ୍ରସ୍ତୁତି କରିବା ପାଇଁ JNU ଭଲ ପରିବେଶ ଦେଇଥିଲା। ଇଣ୍ଟରଭ୍ୟୁ ମାତ୍ର ୧୫ ମିନିଟ ଥିବାରୁ ଟିକେ ଆଶଙ୍କା ଥିଲା। ସାକ୍ଷାତକାରରେ ଅର୍ଥନୀତି ଓ ରାଜନୀତି ବିଷୟରେ ପ୍ରଶ୍ନ ଥିଲା ବୋଲି ତେଜସ୍ୱିନୀ କହିଛନ୍ତି।

top 20 list

Leave a Reply

Your email address will not be published. Required fields are marked *