Pratidin TV

Odisha's Digital News Platform

ମୋହନ ସରକାରରେ କିଏ ହେବେ ମନ୍ତ୍ରୀ; କାହାକୁ ମିଳିବ ସୁଯୋଗ? ଦୌଡ଼ରେ ଅଛନ୍ତି ଏସବୁ ହେଭିଓ୍ବେଟ୍‌..

1 min read

ଓଡ଼ିଶାରେ ଆଜିଠାରୁ ବିଜେପି ସରକାର | ତେବେ ମୋହନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଆଶାୟୀ ବିଧାୟକମାନେ କରିଛନ୍ତି ଅପେକ୍ଷା | ବିଜେପିରେ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀପଦ ତାହାକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି |କଳ୍ପନା ଜଳ୍ପନା ଭିତରେ ମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି ଏହି ସବୁ ହେଭିୱେଟ ବିଧାୟକ |

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ | ତେବେ ମୋହନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ତାହାକୁକ ନେଇ ଲାଗି ରହିଛି ଚର୍ଚ୍ଚା | ସେହିପରି ଭାବରେ ଆଶାୟୀ ବିଧାୟକମାନେ ଫୋନ କଲର ଅପେକ୍ଷାରେ ରହିଛନ୍ତି | ତେବେ ସବୁ କଳ୍ପନା ଜଳ୍ପନା ମଧ୍ୟରେ ମନ୍ତ୍ରୀ ଦୋୖଡରେ ଆଗରେ ଅଛନ୍ତି ହେଭିୱେଟ ନେତା ସୁରେଶ ପୂଜାରୀ, ଜୟ ନାରାୟଣ ମିଶ୍ର, ରବି ନାଏକ ଓ ସୂରମା ପାଢୀ। ତେବେ ଚଳିତ ବର୍ଷ ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ଗୁଡିକ ହେଲା ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ ଓ ଦୁର୍ଗା ପ୍ରସନ୍ନ ନାୟକ। ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ଆକାଶ ଦାସନାୟକ ଓ ବାବୁ ସିଂଙ୍କୁ ବି ମିଳିପାରେ ଗୁରୁତ୍ୱପୂର୍ଣ୍ଣ ବିଭାଗ।

Advertisement

ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୨୧ ଜଣ ରହିପାରିବେ। ଏହାବ୍ୟତୀତ ନୂଆ ମନ୍ତ୍ରିମଣ୍ଡଳରେ ସରପ୍ରାଇଜ୍ ଚେହେରାଙ୍କୁ ମିଳିପାରେ ସୁଯୋଗ। ଅଭିଜ୍ଞ, ନବାଗତଙ୍କୁ ମିଶାଇ ସବୁ ସଂସଦୀୟ କ୍ଷେତ୍ରକୁ ଯେଭଳି ପ୍ରତିନିଧିତ୍ୱ ମିଳିବ, ତା’ଉପରେ ଗୁରୁତ୍ୱ ଦିଆଯାଉଛି। ଏଥର ବିଜେପିର ୫୨ ଜଣ ବିଧାୟକ ନବାଗତ। ତେବେ ଚଳିତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ରହିଛି | ତେବେ ମନ୍ତ୍ରୀପଦ କାହାକୁ ମିଳିବ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ରହିଛି | ଆଉ କିଛି ଘଣ୍ଟା ପରେ ସସପେନ୍ସ ଉପରେ ସମସ୍ତ ପରଦା ହଟିଯିବ |

Leave a Reply

Your email address will not be published. Required fields are marked *