Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ବିଭାବରେ ଶପଥ ନେବାପରେ ମୋଦୀଙ୍କୁ ଆଲିଙ୍ଗନ କଲେ ନାଇଡୁ

1 min read

ଆନ୍ଧ୍ରରେ ଆଜିଠାରୁ ନାଇଡୁ ସରକାର | ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ବେଳେ ଚନ୍ଦ୍ରାବାବୁ ନାଇଡୁ | ପାଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ | ପୂର୍ବାହ୍ନରେ କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ଶପଥ ସମାରୋହରେ ଶପଥ ନେଇଛନ୍ତି | ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସେହିପରି ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ |

ତେବେ ଶପଥ ଗ୍ରହଣ କରିବା ପରେ ନାଇଡୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇଥିଲେ | ୨ ଜଣ ଉଭୟ ଆଲିଙ୍ଗନ କରିଥିବାର ନଜର ଆସିଥିଲା | ଚନ୍ଦ୍ରବାବୁ ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏକ ବିଶେଷ ମୁହୂର୍ତ୍ତ ବିତାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଶପଥ ସମାରୋହରେ ଅମିତ ଶାହ, ନୀତିନ ଗଡ଼କରୀ ଏବଂ ଜେପି ନାଡ଼ଦ୍ଦଙ୍କ ସହ ତାଙ୍କର କ୍ୟାବିନେଟର ସହକର୍ମୀ ଯୋଗ ଦେଇଥିଲେ |

Advertisement

ତେବେ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ | ସେହିପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପବନ କଲ୍ୟାଣ | ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ | ଅଭିନେତାରୁ ରାଜନେତା ପାଲଟିଥିବା ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ତାଙ୍କ ଖୁସି ସମାରୋହରେ ସାମିଲ ହେବା ପାଇଁ ପବନଙ୍କ ବଡ଼ ଭାଈ ତଥା ଅଭିନେତା ତଥା ଚିରଞ୍ଜିବି ଏବଂ ରଜନୀକାନ୍ତ ହୋଇଛନ୍ତି ସାମିଲ |

Leave a Reply

Your email address will not be published. Required fields are marked *