Pratidin TV

Odisha's Digital News Platform

ମଝି ନଦୀରେ ଓଲଟିଲା ଡଙ୍ଗା ୮୦ ମୃତ, ୧୮୫ ଯାତ୍ରୀ ଉଦ୍ଧାର

1 min read

କ୍ଵା ନଦୀରେ ଡଙ୍ଗା ବୁଡି ଚାଲିଗଲା ୮0 ଜଣଙ୍କ ଜୀବନ | କେନ୍ଦ୍ରୀୟ ଆଫ୍ରିକା ଦେଶର କଙ୍ଗୋରେ ଘଟିଛି ଏପରି ଅଭାବନୀୟ ଘଟଣା | ମାଇଣ୍ଡ ରୋବେ ପ୍ରଦେଶର ମୁସିସ ସହରରୁ ୭0 କିମି ଦୂରରେ ଅବସ୍ଥିତ କ୍ଵା ନଦୀ | ଯେଉଁଠାରେ ଭାରସମ୍ୟ ହରାଇ ଯାତ୍ରୀବାହୀ ପୋର୍ଟଟି ଦୁର୍ଘଟଣାଗସ୍ତ ହୋଇଥିଲା | ଫଳରେ ଯାତ୍ରା କରୁଥିବା ୨୭୦ ଜଣଙ୍କ ମଧ୍ୟରୁ ୮୦ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ କଙ୍ଗୋ ରାଷ୍ଟ୍ରପତି ଫେଲିକ ଶିଶିକୀଡୀ ଘଟଣା ବାବଦରେ ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି | ଏଥିସହ କେଉଁ କାରଣ ପାଇଁ ଏହି ଡଙ୍ଗା ଭାଙ୍ଗିଲା ତାହା ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି |

ମିଳିଥିବା ସୂଚନା ଅନୁଯାୟୀ, କାଙ୍ଗୋର ଅଧିକାଂଶ ସ୍ଥାନକୁ ଭଲ ସଡ଼କ ପଥର ବ୍ୟବସ୍ଥା ନ ଥିବାରୁ ଦୈନଦିନ କାମ ନିମନ୍ତେ ଲୋକେ ନଦୀ ପଥ ଉପରେ ନିର୍ଭର କରିଥାନ୍ତି। ଫଳରେ ବିପଦ ସଙ୍କୁଳ ଭାବେ ବହୁ ସଂଖ୍ୟାରେ ଯାତ୍ରୀ ଡଙ୍ଗାରେ ନଦୀ ପାର କରିଥାନ୍ତି। ଓଭର ଲୋଡିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କଡ଼ା ଚେତାବନୀ ଦେଉଥିବା ବେଳେ ଏହାକୁ କିନ୍ତୁ ଲୋକେ ଏହାକୁ ମାନି ନଥାନ୍ତି । ଫଳରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।

Advertisement

ପୂର୍ବରୁ ମଧ୍ୟ ଫେବୃଆରୀ ମାସରେ ଏପରି ଘଟଣା ଘଟିଥିବା ବେଳେ ବୋଟ ଟ୍ରାଜେଡ଼ିରେ ୮0ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା |

Leave a Reply

Your email address will not be published. Required fields are marked *