Pratidin TV

Odisha's Digital News Platform

ପଛ ପଟୁ ଆସିଲେ ନବୀନ , ଚୌକି ଛାଡ଼ିଲେ ବିଜେପି ନେତା ଓ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

1 min read

କ୍ଷମତାକୁ ଆସିବା ପରେ ମଧ୍ୟ ନିଜ ମଣିଷପଣିଆ ଭୁଲିନାହାନ୍ତି ବିଜେପି କର୍ମୀ | କାଲି ବିରୋଧୀ ସାଜି ନବୀନଙ୍କୁ କଟାକ୍ଷ କରୁଥିଲେ | କିନ୍ତୁ ଆଜି ସରକାର ଗଢି ମଧ୍ୟ ନବୀନଙ୍କୁ ସମ୍ମାନ ଜଣାଇବାରେ ଟିକେ ହେଲେ ହେଳା କରିନାହାନ୍ତି ବିଜେପି ନେତା |

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରୁ ଗାଦି ଚାଲିଯିବା ପରେ ମଧ୍ୟ ଆଜି ମଧ୍ୟ ରହିଛି ସମାନ ଭଲ ପାଇବା ଏବଂ ସମାନ ସମ୍ମାନ | ତେବେ ହଠାତ ନବୀନଙ୍କୁ ପଛରୁ ଦେଖି ଚୌକି ଛାଡିଦେଲେ ବିଜେପି ନେତା | ବଡ କ୍ଷମତାରେ ଥିଲେ ମଧ୍ୟ ନବୀନଙ୍କ ପାଇଁ ମନରେ ରହିଛି ସମ୍ମାନ | ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ସମାରୋହରେ |

Advertisement

ଜଣଙ୍କ ପରେ ଜଣେ ନେତା ମଞ୍ଚ ଉପରକୁ ଉଠୁଥାନ୍ତି | ଆଉ ନିଜ ଆସନ ଗ୍ରହଣ କରୁଥିଲେ | ଠିକ ଏହି ସମୟରେ ପଛପଟୁ ମଞ୍ଚକୁ ଆସିଥିଲେ ନବୀନ ପଟ୍ଟନାୟକ | କିନ୍ତୁ ବିଜେପିର କର୍ମୀମାନେ ଆଗକୁ ମୁହଁ କରି ବସିଥିବା ସମୟରେ ହଠାତ ନବୀନଙ୍କ ନାଁ ଶୁଣି ପଛକୁ ବୁଲି ଚାହିଁଥିଲେ |

ନବୀନ ଆସିବା ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନବୀନଙ୍କୁ ସ୍ୱାଗତ କରୁଥିଲେ | ଏହି ସମୟରେ ସମସ୍ତେ ନିଜ ଚୌକି ଚଡି ଛିଡା ହଲିଯାଇଥିଲେ ଏବଂ ନବୀନଙ୍କୁ ଦେଇଥିଲେ ସମ୍ମାନ | ଏହାସହ ନବୀନ ମଧ୍ୟ ଜଣ ଜଣ କରି ସମସ୍ତଙ୍କୁ ଭେଟିଥିଲେ | ପରେ ଶପଥ ସମରାହା ସରିବା ପରେ ନୂଆ ମନ୍ତ୍ରୀ ମଣ୍ଡଳ ନେତାମାନେ ଜଣ ଜଣ କରି ନବୀନଙ୍କୁ ନମସ୍କାର ଜଣାଇଥିଲେ ଏବଂ ନବୀନ ମଧ୍ୟ ପ୍ରତି ନମସ୍କାର ଜଣାଇଥିଲେ |

Leave a Reply

Your email address will not be published. Required fields are marked *