Pratidin TV

Odisha's Digital News Platform

ସୁପ୍ରିମ କୋର୍ଟ ବଡ ନିଷ୍ପତି, ପୁଣି ହେବ NEET ପରୀକ୍ଷା

1 min read

ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟ ଦେଲା ବଡ ନିଷ୍ପତି | ରଦ୍ଦ ହେବ ଛାତ୍ରଛାତ୍ରୀଙ୍କ ଗ୍ରେସ୍‌ ମାର୍କ। ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏଥିପାଇଁ NTA ବିକଳ୍ପ ଦେଇଛି। କେନ୍ଦ୍ର ସରକାର ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଥିଲେ । କରଣ ତାଙ୍କୁ ମିଳିଥିଲା ଗ୍ରେସ ମାର୍କ | ବର୍ତ୍ତମାନ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ। ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି। ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ।

ସୂଚନା ଅନୁଯାୟୀ, ଚଳିତ ନିଟ୍‌ ପରୀକ୍ଷାରେ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନ୍‌ଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍‌ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି। ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Advertisement

ପରୀକ୍ଷାରେ କେବଳ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀମାନେ ହିଁ ସାମିଲ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଗ୍ରେସ ମାର୍କ ଛାତ୍ରଛାତ୍ରୀମାନଙ୍କୁ ପୁଣି ଠାରେ ପରୀକ୍ଷା ଦେବେ | ଯେଉଁ ଛାତ୍ରଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବାକୁ ଚାହାଁନ୍ତି ନାହିଁ, ସେମାନଙ୍କୁ ବିନା ଗ୍ରେସ୍‌ ମାର୍କରେ ସେମାନଙ୍କ ଅରିଜନାଲ ମାର୍କଶିଟ୍‌ ଦିଆଯିବ।

Leave a Reply

Your email address will not be published. Required fields are marked *