Pratidin TV

Odisha's Digital News Platform

ଜୀବନ ବଞ୍ଚାଇବାକୁ ଯାଇଁ ଜୀବନହାରିଲେ ୩ ଯୁବକ

1 min read

କଟକ : ମାଁ ଲକ୍ଷ୍ମୀଙ୍କ ଆଗମନରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ଖୁସି ଉଲ୍ଲାସର ମାହୋଲ । କିନ୍ତୁ ଗତକାଲି ଏକ ହୃଦୟବିଦାରକ ଘଟଣା ଶୁଣିବାକୁ ମିଳିଛି କଟକ ଜିଲ୍ଲା ଜଗତପୁରରେ । ସୂଚନା ଅନୁଯାୟୀ କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡି ୩ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି ।

Advertisement

ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁସାହୁ ,ତ୍ରିଲୋଚନ ମହଲା,ମାଉସୀ ପୁଅ ବାଦଲ ସାହୁ ଏବଂ ତାଙ୍କର ଜଣେ ସାଙ୍ଗ ବସିଥିଲେ । ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସିପଡିଥିଲେ । ତେବେ ସେହି ଯୁବକ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲ ଭିତରକୁ ଡେଇଁ ପଡିଥିଲେ । କେନାଲରେ ପାଣିର ସ୍ରୋତ ପ୍ରଖର ଥିବାରୁ ସମସ୍ତେ ପ୍ରାୟ ଭାସିଯାଇଥିଲେ ।

କିନ୍ତୁ ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବାଦଲଙ୍କ ସାଙ୍ଗଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ସେମାନଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

ଗତକାଲି ରାତିଠୁ ପୁଅ ନିଖୋଜ ଥିବା ନେଇ ପରିବାର ଲୋକେ ଦୁଃଖ ଆଶଙ୍କାରେ ଭାଙ୍ଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *