Pratidin TV

Odisha's Digital News Platform

ଏହି କାରଣ ପାଇଁ ତାମିଲିସାଇଙ୍କୁ ମଞ୍ଚ ଉପରେ ଗାଳିକଲେ ଶାହା ..

1 min read

ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଆଜି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜୟୱାଡାର କେସରପାଲି ଆଇଟି ପାର୍କରେ ଦିନ ୧୧.୨୭ ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ତେବେ ସେହି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ  ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବୁଧବାର ବିଜେପି ନେତ୍ରୀ ତାମିଲିସାଇ ସୌନ୍ଦରାରାଜନ୍‌ଙ୍କୁ ଗାଳି କରିଥିଲେ  , ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ମଞ୍ଚାସୀନ ଶାହା ଏବଂ ପୂର୍ବତନ ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁଙ୍କୁ ହାତଯୋଡ଼ି ନମସ୍କାର କରିଥିଲେ। ଶାହା ‘ନମସ୍ତେ’ କହି ଅଭିବାଦନ ଗ୍ରହଣ କରିଥିବାବେଳେ ନାଇଡୁ ମୁଣ୍ଡ ହଲାଇଥିଲେ। ତାମିଲିସାଇ ଆଗକୁ ବଢ଼ୁଥିବାବେଳେ ଶାହା ତାଙ୍କୁ ଡାକି ରାଗରେ ଗାଳି କରିଥିଲେ ଯାହା ସେହି   ୧୮ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି। ତାମିଲିସାଇ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ସେ ଚେନ୍ନାଇ ସାଉଥ୍‌ ଲୋକ ସଭା ଆସନରୁ ଲଢ଼ି ହାରିଯାଇଥିଲେ। ତାମିଲନାଡୁରେ ଏଆଇଏଡିଏମ୍‌କେ ସହ ବିଜେପି ମେଣ୍ଟ କରି ନ ଥିବାରୁ ତାମିଲିସାଇ ଏହି ନିଷ୍ପତ୍ତିକୁ ସର୍ବସାଧାରଣରେ ସମାଲୋଚନା କରିଆସୁଥିଲେ। ତାମିଲନାଡୁରେ ଭାଜପା ଗୋଟିଏ ମଧ୍ୟ ଆସନ ଦଖଲ କରିପାରି ନାହିଁ। ଏଥିପାଇଁ ବିଜେପି ନେତା କେ. ଆନ୍ନାମଲାଇଙ୍କ ସହ ତାମିଲିସାଇଙ୍କ ମତଭେଦକୁ ଦାୟୀ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *