Pratidin TV

Odisha's Digital News Platform

ରାଜ୍ୟରୁ ହଟିଲା ୫ଟି ; ‘ମୋ ସରକାର’ ବୋର୍ଡ ହଟାଇବାକୁ ମଧ୍ୟ ମିଳିଲା ନିର୍ଦ୍ଦେଶ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ।

1 min read

ଭୁବନେଶ୍ୱର ; ବଦଳିଲା ସରକାର ବଦଳୁଛି ଯୋଜନା । ଦୀର୍ଘ ୨୪ ବର୍ଷ ପରେ ଓଡିଶାରୁ ହଟିଛି ନବୀନ ଶାସନ ଏଥର ଚାଲିବ ମୋହନ ରାଜ୍ । ତେବେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ଶପଥ ନେବା ପରେ ଆଜି ଓଡିଶାରେ ୨ ଟି ପରିବର୍ତ୍ତନ ହୋଇଛି ।

ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବା ପରେ ବର୍ତ୍ତମାନ ରାଜ୍ୟରୁ ୫ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ବୋର୍ଡ ହଟାଇବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ମୋ ସରକାର ବୋର୍ଡ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ୍ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisement

ତେବେ ନବୀନଙ୍କ ପଞ୍ଚମ ପାଳି ସରକାରରେ ଏହି ୫ଟି ବ୍ୟବସ୍ଥା ଆରମ୍ଭ ହେଇଥିଲା । ଏହି ୫ ଟି ଜରିଆରେ ସରକାରୀ କାର୍ଯ୍ୟାଳୟରେ ଅଣେକ ପରିବର୍ତ୍ତନ କରାଯାଇଥିଲା । ସ୍କୁଲ କଲେଜ ରେ ଅନେକ ପରିବର୍ତ୍ତନ ସହ ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟିମ୍ ୱାର୍କରେ ବିଶେଷ ଧ୍ୟନ ଦେଇଥିଲା ୫ଟି । କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହେଉ ହେଉ ବିଜେପି ସରକାର ଏହି ୫ଟିକୁ ହଟାଇବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *