Pratidin TV

Odisha's Digital News Platform

୧୫ ହଜାର ଟଙ୍କାର ପିଠା କିଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

1 min read

ରାତି ପାହିଲେ ପହିଲିରଜ । ଆଉ ଆଜି ରଜ ସଜବାଜ । ଘରେ ଘରେ କୁଆଁରୀ ଝିଅ ଓ ନୂଆବୋହୂମାନେ ନିଜକୁ ସଜେଇବାରେ ସମସ୍ତେ ବ୍ୟସ୍ତ । କିଏ ଅଳତା ଲଗାଉଛି ତ କିଏ ନେଲପଲିସ, ତ କିଏ ହାତରେ ଆଙ୍କୁଛି ମେହେନ୍ଦୀ ।ସେପଟେ ପୋଡ ପିଠାକୁ ରଜ ପାନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖାଲି ଗାଁ ନୁହେଁ ସହରରେ ମଧ୍ୟ ପ୍ରସ୍ତୁତି ଜୋର ସୋର୍ରେ ଚାଲିଛି ।

ତେବେ ଆସନ୍ତାକାଲି ରଜ ପାଇଁ ଆଜି ଭୁବନେଶ୍ୱରରେ ଥିବା ଓଟିଡିସି ତରଫରୁ ପିଠା ଅନ ୱିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଉ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖାଲି ସେତିକି ନୁହେଁ ସେଠାରେ ବିକ୍ରି ହେଉଥିବା ଭଳି କି ଭଳି ପିଠା ମଧ୍ୟ କିଣିଥିଲେ । ପାଖାପାଖି ୧୫ ହଜାରର ଟଙ୍କାର ପିଠା କିଣିନେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରେ ଏହାକୁ ନିଜେ ଖାଇବା ସହ ଲୋକଙ୍କ ଭିତରେ ମଧ୍ୟ ଖୁସିରେ ବାଂଟିଥିଲେ ଅପରାଜିତା ।

Advertisement

ତେବେ ଖାଲି ପିଠା ନୁହେଁ କାର୍ଯ୍ୟକ୍ରମରେ ସାମିଲ ହୋଇ ମଜାମସ୍ତି କରିବା ସହ ରଜ ଦୋଳିରେ ଝୁଲିଥିଲେ ସାଂସଦ ।କୁନି କୁନି ଛୁଅଙ୍କ ଠାରୁ ଆରମ୍ଭ କରି ବଡ ବଡ ଝିଅଙ୍କ ମିଶି ମଜାମସ୍ତି କଲେ ଭୁବନେଶ୍ୱର ସାଂସଦ ।ତେବେ ନିକଟରେ ନିର୍ବାଚନ ସରିଥିବା ବେଳେ ଏଥର ଓଡିଶାରେ ବିଜେପି ସରକାର ଗଢିଥିବା ବେଳେ ବେଶ ଖୁସି ଅଛନ୍ତି ସାଂସଦ । ଆଉ ଏହି ବିଜୟ ପରେ ଅପରାଜିତା ରଜର ମଜା ଉଠାଇବାକୁ ଲୋକଙ୍କ ଗହଳିରେ ନଜର ଆସିଥିବା ବେଳେ ଏନେଇ ତାଙ୍କୁ ପ୍ରଶଂସା କରାଯାଉଛି ।

Leave a Reply

Your email address will not be published. Required fields are marked *