ଶିଳ୍ପପତି ନୀତା ଅମ୍ବାନଙ୍କ ଘରେ ଶୋଭା ପାଇବ ସତ୍ୟବାଦୀର କତା ଶିଳ୍ପ କାରିଗର ଡଲି ଦାସଙ୍କ କଳାକୃତି ..
1 min readଏବେ ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ସତ୍ୟବାଦୀର କତା ଶିଳ୍ପ କାରିଗର ଡଲି ଦାସଙ୍କ ଦ୍ୱାରା କତା ଦ୍ୱାରା ନିର୍ମିତ ଏକ ତାଳ ଗଛ ଶୋଭା ପାଇବ l ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ପଞ୍ଚାୟତର ବିଶ୍ୱନାଥ ପୁର ଗ୍ରାମର ବିଶିଷ୍ଟ କତା ଶିଳ୍ପ କାରିଗର ଡଲି ଦାସ l ସୁଶ୍ରୀ ଦାସଙ୍କ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥାନ୍ତି l ଗତ ଡିସେମ୍ବର 2023 ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ତୋଷାଳୀ ମେଳାରେ ଯୋଗ ଦେଇଥିଲେ l
ଏହି ମେଳାରେ ସୁଶ୍ରୀ ଦାସଙ୍କ କଳାକୃତି ନୀତା ଅମ୍ବାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ମନ ପସନ୍ଦ ହେବା ପରେ ନୀତା ଅମ୍ବାନୀ ଅନଲାଇନ ମାଧ୍ୟମରେ ସୁଶ୍ରୀ ଦାସଙ୍କୁ ଏକ ତାଳ ଗଛ ଦେବା ନିମନ୍ତେ ଅର୍ଡର ଦେଇଥିଲେ l ପ୍ରାୟ 6 ମାସ ହେଲାଣି ସୁଶ୍ରୀ ଦାସ ନିଜ ଅନୁଷ୍ଠାନରେ କତା ଦ୍ୱାରା ନିର୍ମିତ ଏହି ତାଳ ଗଛ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ l ଏହା ସମ୍ପୂର୍ଣ୍ଣ ଫିନିସିଂ ହେବା ନିମନ୍ତେ ଆଉ ପ୍ରାୟ ଏକ ସପ୍ତାହ ଲାଗିବ l କତା ପାରୁ ଓ ଅଠା ସୁତା ଦ୍ୱାରା ଏହି ତାଳ ଗଛ ନିର୍ମିତ ହୋଇଅଛି l ଏହି ତାଳ ଗଛରେ ବାୟା ଚଢେଇ ବସା ମଧ୍ୟ ଶୋଭା ପାଉଅଛି l ଏହି ତାଳ ଗଛ ନିର୍ମାଣରେ ସୌମ୍ୟଜିତ ଲେଙ୍କା, ମୋନାଲିସା ପ୍ରଧାନ ଓ ସୁନିତା ମହାରଣା ସୁଶ୍ରୀ ଦାସଙ୍କୁ ସହାୟତା କରିଥିଲେ l ଖୁବ ଶୀଘ୍ର ନୀତା ଅମ୍ବାନୀ ନିଜସ୍ୱ ଉଦ୍ୟମରେ ଏହି ତାଳ ଗଛଟିକୁ ବିଶ୍ୱନାଥ ପୁର ଗ୍ରାମରୁ ନେବେ ବୋଲି ଜଣା ପଡ଼ିଛି l