Pratidin TV

Odisha's Digital News Platform

ପୁଣି ଥରେ ଓଡ଼ିଆ ପୁଅ ପିକେ ମିଶ୍ର ହେଲେ ପ୍ରଧାନ ମନ୍ତ୍ରୀଙ୍କ ପ୍ରମୁଖ ସଚିବ ..

1 min read

ଜୁନ୍ ୯ରେ ନରେନ୍ଦ୍ର ଦାମୋଦର ଦାସ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଦେଶରେ ପୁଣିଥରେ  ଆରମ୍ଭ ହୋଇଛି ମୋଦି ରାଜ । ତେବେ ପୁଣିଥରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି ।ତାଙ୍କର ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଜାରି ରହିବ କିମ୍ବା ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିନାହିଁ। ଏହି ସମୟରେ ତାଙ୍କୁ କ୍ୟାବିନେଟରେ ମନ୍ତ୍ରୀ ପାହ୍ୟା ଦିଆଯିବ।

ଗୁରୁବାର କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ଉପରେ ମୋହର ମାରିଛି। ଏହାସହ  ଅଜିତ ଡୋଭାଲଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା କରାଯାଇଛି ।  ତୃତୀୟ ଥର ପାଇଁ ସେ ଏହି ପାଦରେ ନିଯୁକ୍ତ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।ସେହିଭଳି ଅମିତ ଖରେ ଏବଂ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *