Pratidin TV

Odisha's Digital News Platform

ଆଜି ହେଉଛି ପହିଲି ରଜ, ଉତ୍ସବମୁଖର ଗାଁଠୁ ସହର

1 min read

ରଜ ଦୋଳି କଟମଟ କୁଆରୀ ଝିଅଙ୍କ ମନରେ ନାଚ | ଆଜି ହେଉଛି ପହିଲି ରଜ | ଯେଉଁଥିପାଇଁ ଆଜି ଗାଁ ଠୁ ସହର ସବୁଠି ଉତ୍ସାହ ହିଁ ଉତ୍ସାହ | ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି | କେବଳ ସେତିକି ନୁହେଁ ମହାପ୍ରଭୁଙ୍କ ପାଇଁ ଆଜି ପୁରୀ ମନ୍ଦିରରେ ଭିଡ଼ ମଧ୍ୟ ଲାଗିଛି ଶ୍ରଦ୍ଧାଳୁଙ୍କର |

ହାତରେ ମେହେନ୍ଦି ପାଦରେ ଅଳତା ମୁଣ୍ଡରେ ଟିକିଲି ଲଗାଇ ରଜ ଦୋଳିରେ ଝୁଲୁଛନ୍ତି କୁଆଁରୀ ମାନେ | ପୁରୁଣା ପରମ୍ପରା ଅନୁସାରେ ପହିଲି ରଜ ପାଳନ କରୁଛନ୍ତି ଯୁବତୀମାନେ | ରଜ ପାଇଁ ସାରା ରାଜ୍ୟ ହୋଇଉଠିଛି ଉତ୍ସର୍ଗମୂଖର | ଘରେ ପିଠାପଣା ସହ ତାସ ଖେଳ ଓ ପୁଚି ଖେଳ ଆଦିର ମଜା କରୁଛନ୍ତି କୁଆଁରୀମାନେ |

Advertisement

ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

Leave a Reply

Your email address will not be published. Required fields are marked *