Pratidin TV

Odisha's Digital News Platform

‘ଇଣ୍ଡିଆନ ଅଫ୍ ଦ ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ଅଲ୍ଲୀ ଅର୍ଜୁନ

1 min read

ନୂଆଦିଲ୍ଲୀ : ଅଭିନେତା ଅଲ୍ଲୁ ଅର୍ଜୁନ ଏବେ ସିନେମା ଜଗତରେ ହଲଚଲ ସୃଷ୍ଟି କରିଦେଇଛନ୍ତି । ଦିନକୁ ଦିନକୁ ବଢିବାରେ ଲାଗିଛି ତାଙ୍କ ଲୋକପ୍ରିୟତା । ଏବେ ପୁଷ୍ପା ନାମରେ ବେଶ୍ ଚର୍ଚ୍ଚିତ ସାଉଥ୍ ସୁପରଷ୍ଟାର ଅଲ୍ଲୀ ଅର୍ଜୁନ । ନିକଟରେ ତାଙ୍କ ଫିଲ୍ମ ପୁଷ୍ପା ଦର୍ଶକଙ୍କ ମନକୁ ଏତେ ମାତ୍ରାରେ କିଣିଥିଲା ଯେ ପ୍ରଶଂସକମାନେ ତାଙ୍କୁ ପୁଷ୍ପା ନାମରେ ହିଁ ଜାଣୁଛନ୍ତି । ନିକଟରେ ଅଲ୍ଲୀ ଅର୍ଜୁନଙ୍କୁ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ Indian of the Year ଆୱାର୍ଡରେ ସମ୍ମାନିତ କରାଯାଇଛି ।

Advertisement

ଦୀର୍ଘ ୨୦ ବର୍ଷର ଫିଲ୍ମ କ୍ୟାରିଅରରେ ଦକ୍ଷିଣରୁ ସେ ସମ୍ମାନ ଗ୍ରହଣ କରିଥିଲେ ମଧ୍ୟ ପ୍ରଥମଥର ପାଇଁ ତାଙ୍କୁ ଉତ୍ତର ଭାରତ ପକ୍ଷରୁ ଏଭଳି ଏକ ସମ୍ମାନୀୟ ସମ୍ନାନରେ ସମ୍ମାନିତ କରାଯାଇଛି । ଯାହା ତାଙ୍କ ପାଇଁ ଏକ ଗର୍ବର କଥା । ଅଲ୍ଲୀ ଅର୍ଜୁନଙ୍କ ଫିଲ୍ମ ବିଶ୍ୱ ବ୍ୟାପି ୩୫୦ କରୋଡ କମେଇବା ପରେ ଏହି ଫିଲ୍ମଟି ସାଉଥ ଛଡା ହିନ୍ଦି ଡବିଂରେ ମଧ୍ୟ ନିଜର ଅନେକ ନାଁ କରିପାରିଛି ।
ଜଣେ କଳାକାର ଯିଏକି କୋଭିଡ୍ ଭଳି ପରୁିସ୍ଥିତିସହ ଲଢି ଲୋକମାନଙ୍କ ପାଇଁ ଫିଲ୍ମଟିର ସୁଟି କରିଥିଲେ । ଏହା ସହ ଫିଲ୍ମଟି ଏକ ଡାଇଲଗ୍ ‘ପୁଷ୍ପା ଝୁକେଗା ନେହିଁ ସାଲା’ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି ।

https://www.instagram.com/reel/Cjn2JjEANdo/?utm_source=ig_web_copy_link

ଏନେଇ ତାଙ୍କୁ ଦିଲ୍ଲୀରେ ସିଏନଏନ ନିଉଜ୍ ୧୮ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟର୍କମରେ ଇଣ୍ଡିଆନ ଅଫ୍ ଦ ଇୟର ଆୱାର୍ଡରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହି ସମୟରେ ଅଲ୍ଲୀ ଅର୍ଜୁନ ପୁଷ୍ପାର ବେଶ୍ ଚର୍ଚ୍ଚିତ ଡାଇଲଗକୁ ବଦଳାଇ କହିଥିଲେ ଯେ ଇଣ୍ଡିଆ ସିନେମା ‘ଇଣ୍ଡିଆ କଭି ଝୁକେଗା ନେହିଁ ’ । ସେହିଭଳି କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ବାର୍ଷିକ ଭାରତୀୟ ଦିବସ ପ୍ୟାରେଡରେ ଗ୍ରାଣ୍ଡ ମାର୍ଶଲ ଭାବରେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଅଲୁ ଅର୍ଜୁନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏନେଇ ଲୋକମାନଙ୍କ ମନରେ ଏହି ସାଉଥ୍ ସୁପରଷ୍ଟାର ଜଣଙ୍କ ପାଇଁ ଭଲପାଇବା ସହ ସମ୍ମାନ ମଧ୍ୟ ବଢିଯାଇଥିଲା ।ଏହି ମଞ୍ଚରେ ହି ଅଲ୍ଲୀ ଅର୍ଜୁନ ପୁଷ୍ପାର ପାର୍ଟ-୨ ଖୁବ୍ ଶ୍ରୀଘ୍ର ମୁକ୍ତିଲାଭ କରିବ ନିଜ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ।

https://www.instagram.com/reel/CjniAdBgt7l/?utm_source=ig_web_copy_link

Leave a Reply

Your email address will not be published. Required fields are marked *