Pratidin TV

Odisha's Digital News Platform

କୁଏତ ଅଗ୍ନିକାଣ୍ଡ ଘଟଣା :  ଅନ୍ୟଙ୍କୁ ବଞ୍ଚାଇଲେ ହେଲେ ନିଜର ଜୀବନ ଦେଇ..

1 min read

ଆଜି ଦୁନିଆ ଆସିବା ଆଗରୁ ବାପାର ଛାଇ ମୁଣ୍ଡ ଉପରୁ ଉଠିଗଲା , ପେଟ ଭିତରେ ଥାଇ ଆଜି ଅନାଥ ହୋଇଗଲା କଅଁଳ ଶିଶୁ l  ସୁଦୁର କୁଏତ ରେ ଚାଲିଯାଇଛି  ସ୍ୱାମୀର ଜୀବନ   l ଏପଟେ ଛାତି ଫଟେଇ କାନ୍ଦୁଛି ସ୍ତ୍ରୀ l ସ୍ୱାମୀଙ୍କ ମୃତ୍ୟକୁ ଆଜିବି ସହଜରେ ଗ୍ରହଣ କରିପାରୁନି ସ୍ତ୍ରୀ l  କେମିତି ବା ଗ୍ରହଣ କରିବ ସ୍ୱାମୀ କଥା ଦେଇଯାଇଥିଲେ ଶୀଘ୍ର ଘରକୁ ଆସିବେ ବୋଲି ଆଉ ଆଜି ସେ ଏମିତି ଧୋକା ଦେଇ ଅଧା  ବାଟରୁ ହାତ ଛାଡିଦେବେ ବୋଲି ସେ ଜାଣିନଥିଲେ  l ବୁଧବାର ଆରବ ମହାଦେଶ ର କୁଏତ ରେ ୬ ମହଲା ବିଲଡିଂ ରେ ଅଗ୍ନିକାଣ୍ଡ ଘଟିଥିଲା ଆଉ ସେହି ଅଗ୍ନିକାଣ୍ଡ ଆଜି ଉଜାଡି ଦେଇଛି ସୁନାର ସଂସାର l 

ସୂଚନାନୁଯାୟୀ  ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ୩୩ ବର୍ଷୀୟ ଯୁବକ ଜହୁର ଙ୍କର ମୃତ୍ୟୁ ହୋଇଛି l ଖବର ଅନୁଯାୟୀ କରଡ଼ାପଲ୍ଲୀ ଗ୍ରାମର ସମସୁର ମହମ୍ମଦ ଙ୍କ ତୃତୀୟ ପୁତ୍ର ମହମ୍ମଦ ଜହୁର  ଦକ୍ଷିଣ କୁଏତ ର ମଙ୍ଗଫ ସହର ନାଶେରା ଅଲ୍ଲଵଦ୍ଧା ଟ୍ରେଡିଙ୍ଗ କମ୍ପାନୀ ରେ ସିବିଲ ଲାବୋରା୍ଟରୀ ଟେକନିସିୟାନ ଭାବେ କାର୍ଯ୍ୟରତ ଥିଲେ l ବୁଧବାର ଭୋର ସମୟ ରେ ମସଜିଦ ରେ ପ୍ରାର୍ଥନା (ନମାଜ ) ପାଠ ପରେ ୬ ମହଲା ବିଲଡିଂ ର ୫ମ  ମହଲା ରେ ରହୁଥିବା ପ୍ରକୋଷ୍ଟ କୁ ଯାଉଥିବା ସମୟରେ ହଠାତ  ଅଗ୍ନିକାଣ୍ଡ ଘଟିବାରୁ ଶୋଇଥିବା ଅନ୍ୟ ସାଥିମାନଙ୍କୁ  ନିଦରୁ ଉଠାଇଥିଲେ l ହେଲେ କିଛି ସାଙ୍ଗ ୬ ମହଲା ଉପର କୁ ଯାଇ ଜୀବନ ବଞ୍ଚାଇ ଥିବା ବେଳେ ସେ ତଳକୁ ଆସି ପ୍ରବଳ ଧୂଆଁ ରେ ଅଣନିଶ୍ୱାସୀ ହୋଇ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଦ୍ଵାରା ଉଦ୍ଧାର ହୋଇ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥା ମୃତ୍ୟୁ ବରଣ କରିଥିଲେ l 

Advertisement

ସେଠାରେ ଥିବା ସମ୍ପର୍କୀୟ ଙ୍କ ଦ୍ଵାରା ଚି଼ହ୍ନଟ ପରେ ତାଙ୍କର ମୃତ୍ୟଦେହ  ଭାରତ ପଠାଇଛି l ଜହୁର ଙ୍କ ମୃତ୍ୟୁ ଖବର ପାଇଲା ପରେ ଦୁଃଖରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି l ଜହୁର ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି l ମୃତ୍ୟୁ ଖବର ପାଇଲା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ସୂଚନା ଯୋଗ୍ୟ କି ଉକ୍ତ ବିଲଡିଂ ରେ ୧୯୫ ରୁ ଅଧିକ ଲୋକ ରହୁଥିଲେ l ଅଗ୍ନିକାଣ୍ଡ ରେ ଭାରତ ର  ବିଭିନ୍ନ ରାଜ୍ୟ ର ୪୦ ରୁ ଅଧିକ ଯୁବକ ଙ୍କ ମୃତ୍ୟୁ  ହୋଇଛି l 

Leave a Reply

Your email address will not be published. Required fields are marked *