ଡାକ୍ତରଖାନାରେ ଭର୍ତ୍ତି ହେଲେ ନୀତିଶ କୁମାର ..
1 min readଅସୁସ୍ଥ ହେଲେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହାତରେ ପ୍ରବଳ ଯନ୍ତ୍ରଣା ଅନୂଭବ କରିବାରୁ ନୀତିଶଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ସେ ସକାଳୁ ଉଠିବା ମାତ୍ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ ।
ଏହା ପରେ ସେ ତାଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭଲ ଅଛନ୍ତି | ଏବେ ବରିଷ୍ଠ ଡାକ୍ତରମାନେ ତାଙ୍କ ଚିକିତ୍ସା କରୁଛନ୍ତି।ଏହାପୂର୍ବରୁ ନିର୍ବାଚନ ପ୍ରଚାର ଅବସରରେ ମଧ୍ୟ ସେ ଅସୁସ୍ଥ ହୋଇ ପଡିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।