Pratidin TV

Odisha's Digital News Platform

ମୋଦୀଙ୍କୁ ଭେଟିବା ପରେ ଏପରି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ…

1 min read

ଜି-୭ ଶିଖର ସମ୍ମିଳନୀ ଶେଷ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପରସ୍ପରଙ୍କୁ ଭେଟିଥିଲେ। କାନାଡ଼ାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟା ଘଟଣା ପରଠାରୁ ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବାବେଳେ ମୋଦୀ ଏବଂ ଟ୍ରୁଡୋଙ୍କର ଏହା ପ୍ରଥମ ସାକ୍ଷାତ ଥିଲା। ତେବେ ଦୁଇଦେଶର ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ଟ୍ରୁଡୋ କ’ଣ କହିଲେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା।

ସୂଚନା ଅନୁସାରେ, ଶୁକ୍ରବାର ଦିନ ମୋଦୀ ସୋସିଆଲ ମିଡିଆରେ ଦୁଇ ନେତାଙ୍କ ହାତ ହଲାଇବା ଫଟୋ ପୋଷ୍ଟ କରି କହିଛନ୍ତି ଯେ G7 ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଛନ୍ତି।

Advertisement

ବୈଠକ ଶେଷ ହେବା ପରେ, ଟ୍ରୁଡୋ ଗଣମାଧ୍ୟମକୁ କହିଛନ୍ତି, ଆଗକୁ ଦୁଇ ଦେଶ ମିଳିତ ହୋଇ କାମ କରିବୁ। ନିଜ୍ଜାର ହତ୍ୟା ଏକ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ହେଁ ଆଗାମୀ ଦିନରେ ଆମେ ଏକତ୍ର କାମ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ ଆହୁରି କହିଥିଲେ, ଆହୁରି ଅନେକ ପ୍ରସଙ୍ଗ ରହିଅଛି | ସେ ଦିଗରେ ୨ ଦେଶ ମିଳିତ ଭାବରେ କାମ କରିବୁ |

Leave a Reply

Your email address will not be published. Required fields are marked *