Pratidin TV

Odisha's Digital News Platform

ଅନଲାଇନ ଅର୍ଡର କରିଥିଲେ ଆଇସକ୍ରିମ ଭିତରୁ ବାହାରିଲା ବିଛା

1 min read

ଖରା ଦିନେ ଥଣ୍ଡା ଜିନିଷ ଖାଇବାକୁ ପସନ୍ଦ ଲାଗେ | ବିଶେଷ କରି ଆଇସ୍‌କ୍ରିମ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି | ଏହି ଖରା ପ୍ରକୋପରେ ଘରୁ ବାହାରକୁ ନ ଯାଇପାରିଲେ ଆଇସକ୍ରିମ ଆଜିକାଲି ଅର୍ଡର କରି ଘରେ ବସି ମଜା ନିଅନ୍ତି | ତେବେ ନିକଟରେ ଜଣେ ମହିଳା ଘରେ ବସି ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ ଖାଇବା ପାଇଁ ଅର୍ଡର କରିଥିଲେ। ହେଲେ ସେଥିରୁ ବାହାରିଲା ବିଛା। ଯାହାକୁ ଦେଖି ତାଙ୍କ ହୋସ୍‌ ଉଡ଼ି ଯାଇଥିଲା ।

ସୂଚନା ଅନୁଯାୟୀ, ନୋଏଡା ସେକ୍ଟର -୧୨ ରେ ରହୁଥିବା ଜଣେ ମହିଳା ଶନିବାର ଦିନ ଅନଲାଇନ ସାଇଟରେ ଅମୁଲ ଭ୍ୟାନିଲା ମ୍ୟାଜିକ୍ ଆଇସ୍କ୍ରିମ୍ ଅର୍ଡର କରିଥିଲେ | ଏହାର ଦାମ୍‌ ୧୯୫ ଟଙ୍କା ଥିଲା। କିଛି ସମୟପରେ ଡେଲିଭରୀ ବୟ ସେ ଅର୍ଡର କରିଥିବା ଆଇସ୍‌କ୍ରିମ ଆଣି ତାଙ୍କ ଘରେ ପହଞ୍ଚାଇଥିଲେ। ତେବେ ଆଇସ୍‌କ୍ରିମ ଡବା ଖୋଲିବା ପରେ ସେ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ମହିଳା ଜଣକ ଅନ୍‌ଲାଇନ୍‌ କମ୍ପାନୀରେ ଅଭିଯୋଗ କରିଛନ୍ତି।

Advertisement

ତୁରନ୍ତ ଏନେଇ ସେ ବ୍ଲିଙ୍କଇଟ୍‌ରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନୀ ତୁରନ୍ତ ତାଙ୍କ ଟଙ୍କା ଫେରସ୍ତ କରିଥିଲେ। କଷ୍ଟମର କେୟାର କହିଛି ଯେ ଆଇସକ୍ରିମ କମ୍ପାନୀର ମ୍ୟାନେଜର ସେମାନଙ୍କ ସହ ଯୋଗାଯୋଗ କରିବେ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ।

Leave a Reply

Your email address will not be published. Required fields are marked *