Pratidin TV

Odisha's Digital News Platform

ଖବର ଦେଖିବା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାବୁଲିଙ୍କ ପାଖରେ ପହଞ୍ଚିଲା ମେଡ଼ିକାଲ୍‌ ଟିମ୍‌

1 min read

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧବପୁର ଗାଁର ୧୪ ବର୍ଷର ନାବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳ ରୋଗରେ ପୀଡିତ ଅଛନ୍ତି | ଗରିବ ପରିବାର ବାବୁଲି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିଲେ | ଏନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ, ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନଙ୍କୁ ବାବୁଲି ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି |

Advertisement

ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତାଙ୍କ ପରିବାରକୁ ୩0 ହଜାର ଆର୍ଥିକ ସହାୟତା ଯୋଗାଇବା ପି ନିର୍ଦ୍ଦେଶ ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଡାକ୍ତରୀ ଟିମ ବାବୁଲି ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି | ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କଟକ SCB ମେଡିକାଲ ନେବା ପାଇଁ ବନ୍ଦୋବସ୍ତ କରଯାଇଛି | ଜିଲ୍ଲା ପ୍ରଶାସନ ବାବୁଲି ପରିବାରକୁ ଆନୁସଙ୍ଗିକ ଭାବରେ ସହାୟତ ଯୋଗାଇବା ପାଇଁ ଯୋଗାଯୋଗରେ ଅଛନ୍ତି |

Leave a Reply

Your email address will not be published. Required fields are marked *