Pratidin TV

Odisha's Digital News Platform

ଆଜିଠାରୁ ଆସିବ ଚାଷୀଙ୍କ ଆକାଉଣ୍ଟଙ୍କୁ ଟଙ୍କା

1 min read

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଆଜି ଚାଷୀଙ୍କ ଖାତାକୁ ଏହି ଯୋଜନାରର ଟଙ୍କା ଆସିବ | ଗତ ଫେବୃଆରୀ ମାସ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ୧୬ ତମ କିସ୍ତି ବାବଦରେ ଯୋଗ୍ୟ କିଷାନଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଯାଇଥିଲା | ତେବେ ଆଜି ଜୁନ ୧୮ ତାରିଖରେ ନରେନ୍ଦ୍ର ମୋଦି ବାରଣାସୀ ଗସ୍ତ କରିଥିବା ବେଳେ କିଷାନଙ୍କୁ ସମ୍ବୋଧିତ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୭ ତମ କିସ୍ତି ଟ୍ରାନ୍ସଫର କରିବେ | ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀ ୩0 ହଜାର ପ୍ରଶିକ୍ଷିତ ମହିଳା କୃଷି ମାର୍ଗଦର୍ଶକଙ୍କୁ ସାମିଲ କରିବେ | ଏହି ଅବସରରେ ରାଜ୍ୟରୁ ୨0 ମିଲିୟନ କିଷାନ ଭୌତିକ ରୁପେ ଭରଚୁଆଲରେ ସାମିଲ ହେବେ |

ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଛି | ତେବେ ଏହି କାର୍ଯ୍ୟକ୍ରମ ବରଗଡ଼ରେ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ରହିବେ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ | ସେହିପରି ଉପମୁଖ୍ୟମନ୍ତ୍ରୀ ପରବାଟି ପରିଡା ମଧ୍ୟ ପୁରୀର ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ | ତେବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଭାରତ ସରକାରଙ୍କ ଏକ ଯୋଜନା ହୋଇଥିବାବେଳେ ଏହି ଯୋଜନା ଅଧୀନରେ କିଷାନଙ୍କୁ ସରକାରଙ୍କ ତରଫରୁ ସର୍ବନିମ୍ନ ଆୟ ସହାୟତା ଭାବେ ପ୍ରତିବର୍ଷ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ | ୨0୧୯ ମସିହା ଫେବୃଆରୀ ମାସ ୧ ତାରିଖ [ଇଯଉଁସ ଗୋଏଲ ଏହି ଯୋଜନାର ଶୁଭାରମ୍ଭ କରିଥିଲେ |

Advertisement

Leave a Reply

Your email address will not be published. Required fields are marked *