Pratidin TV

Odisha's Digital News Platform

ବିମାନରେ ଯାତ୍ରୀଙ୍କ ମିଲରୁ ବାହାରିଲା ବ୍ଲେଡ, ସୋସିଆଲ ମିଡିଆରେ କଲେ ପୋଷ୍ଟ

1 min read

ଏୟାର ଇଣ୍ଡିଆ ବିମାନ ଉପରେ ଆସିଛି ସାଙ୍ଘାତିକ ଅଭିଯୋଗ | ତେବେ ବିମାନରେ ଦିଆଯାଉଥିବା ସେବା ଉପରେ ପ୍ରଶ୍ନ ଉଠିଛି | ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ଧାତବ ବ୍ଲେଡ। ବିମାନ କର୍ତ୍ତୃପକ୍ଷ ପକ୍ଷ ଦେଇଥିବା ମିଲରୁ ବ୍ଲେଡ ମିଳିବା ପରେ ଯାତ୍ରୀ ଜଣଙ୍କ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଏକ୍ସରେ ଫଟୋ ପୋଷ୍ଟ କରି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ ଯାଉଥିବା ମାଥୁରେସ ପଲ୍‌ଙ୍କୁ ଯାତ୍ରା ସମୟରେ ମିଲ୍‌ ଯୋଗାଇ ଦିଆଯାଇଥିଲା। ସେ ଏହାକୁ ଖାଉଥିବା ବେଳେ ରୋଷ୍ଟେଡ ସ୍ୱିଟ ପୋଟାଟୋ ଭିତରୁ ଗୋଟିଏ ବ୍ଲେଡ ବାହାରିଥିଲା । ସେ ଏହାକୁ ଚୋବାଇବା ସମୟରେ ହିଁ ଅବଗତ ହୋଇଥିଲେ | ତାଙ୍କ ପାଟିରେ ବ୍ଲେଡ ଚାଲିଯାଇଥିଲେ ହେଲେ ଅଳ୍ପକେ ବିପଦରୁ ରକ୍ଷା ପାଇଯାଇଥିଲେ |

Advertisement

ପଲ ପରେ ଏହାକୁ ନିଜ ସୋସିଆଲ ମିଡିଆ Xରେ ପୋଷ୍ଟ କରି ଲେଖିଥିଲେ, “ଏୟାର ଇଣ୍ଡିଆ ଖାଦ୍ୟ ଛୁରୀ ଭଳି କାଟି ଦେଇପାରେ। ସ୍ୱିଟ ପୋଟାଟା ଓ ଫିଗ ଚାଟ ମଧ୍ୟରେ ଥିବା ମେଟାଲ ଜିନିଷଟି ପୂରା ବ୍ଲେଡ ଭଳି ହୋଇଛି। ମୁଁ କେବଳ ଖାଦ୍ୟକୁ କିଛି ସେକେଣ୍ଡ ଚୋବାଇବା ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲି। ସୌଭାଗ୍ୟବଶତଃ ମୋର କୌଣସି କ୍ଷତି ହୋଇନାହିଁ। ନିଶ୍ଚିତ ଭାବେ ଏୟାର ଇଣ୍ଡିଆ କ୍ୟାଟେରିଂର ସବୁ ଦୋଷ। କିନ୍ତୁ ଏହା ଏୟାର ଇଣ୍ଡିଆ ପ୍ରତି ସୃଷ୍ଟି ହୋଇଥିବା ମୋ ଧାରାଣାକୁ ବଦଳାଇ ପାରିବ ନାହିଁ।”

ପରେ ବେୟାର ଇଣ୍ଡିଆ ଏହି ଘଟଣାକୁ ଗୁରୁତ୍ୱର ଭାବେ ନେବା ସହ ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *