Pratidin TV

Odisha's Digital News Platform

ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ, କିଏ ହେବ ବିରୋଧୀ ଦଳ ନେତା…

ଶଙ୍ଖ ଭବନରେ ହେବାକୁ ଯାଉଛି ବିଜେଡି ବିଧାୟକ ଦଳର ବୈଠକ | ତେବେ କିଏ ହେବ ବିରୋଧୀ ଦଳର ନେତା ? ଗୋଟିଏ ପଟେ ଆଜି ବିଧାନସଭାରେ ୧୪୭ ବିଧାୟକ ଶପଥ ଗ୍ରହଣ ନେବାକୁ ଥିବା ବେଳେ ଅନ୍ୟପଟେ ନିଜର ଶଙ୍ଖ ଭବନରେ ବୈଠକ କରିବାକୁ ଯାଉଛି ବିଜେଡି | ଯାହାର ଅଧକ୍ଷତା କରିବେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ବିଜେଡି ବିଧାୟକ ଦଳର ନେତା ତଥା ବିରୋଧୀ ଦଳର ନେତା କିଏ ହେବେ ତାହା ଉପରେ ସମସ୍ତଙ୍କ ରହିଛି ନଜର | ଅନ୍ୟପଟେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବ ବିଜେଡି | ତେଣୁ ବିଜେପି ବିରୋଧରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ଉପରେ ହେବାକୁ ଥିବା ରଣନୀତି ଉପରେ ରହିଛି ସମସ୍ତଙ୍କ ନଜର | କେଉଁ ପ୍ରସଙ୍ଗକୁ କରିବେ ଟାର୍ଗେଟ, କେମିତି ଆଗାମୀ ପର୍ଯ୍ୟାୟରେ ବିଜେଡି ନିଜକୁ ସୁଦୃଢ଼ କରିବ ଏବଂ ରଣନୀତି ହାସଲ କରିବ ତାହାରି ଉପରେ ଚାଲିଛି ଚର୍ଚ୍ଚା ଓ ଆଲୋଚନା |

Leave a Reply

Your email address will not be published. Required fields are marked *