Pratidin TV

Odisha's Digital News Platform

ଆଜି ନବନିର୍ବାଚିତ ବିଧାୟକ ନେବେ ଶପଥ

1 min read

ଆଜି ଶପଥ ନେବେ ଓଡ଼ିଶାର ନବନିର୍ବାଚିତ ବିଧାୟକ | ୨ ଦିନ ଧରି ୧୪୭ ଜଣ ବିଧାୟକଙ୍କ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ବିଧାନସଭାରେ ଆଜି ଏବଂ କାଲି ୧୪୭ ଜଣ ବିଧାୟକ ନେବେ ଶପଥ | ଏହାପରେ ୨0ରେ ରହିଛି ବାଚସ୍ପତି ନିର୍ବାଚନ | ଏହାପୂର୍ବରୁ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ବିଧାସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି | ତିନି ଦିନ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରଯାଇଛି | କେବଳ ଯେଉଁମାନଙ୍କ ପାଖରେ ବିଧାନସଭାର ପାସ ଥିବ ସେହିମାନେ ବିଧାନସଭାକୁ ପ୍ରବେଶ କରିପାରିବେ |

ତେବେ ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ରହିବେ | ନିଜେ ପୋଲିସ କମିଶନର ଏହି ଦାୟିତ୍ୱରେ ରହିବେ | ଏହି ସମୟରେ ଲୋୟର ପିଏମଜିରେ କୌଣସି ଧାରଣା ହୋଇପାରିବ ନାହିଁ | ପୋଲିସ କଣ୍ଟ୍ରୋଲ ରୁମ ଜରିଆରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ହେବା ସହ ଆଗାମୀ କାର୍ଯ୍ୟପନ୍ଥା କଣ ନିଆଯିବ ତାହା ଉପରେ ତଦାରଖ କରିବେ ପୋଲିସ ଟିମ | ତେବେ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରି ଟିମ, ମଧ୍ୟ ନିୟୋଜିତ କରଯାଇଛି |

Advertisement

Leave a Reply

Your email address will not be published. Required fields are marked *