Pratidin TV

Odisha's Digital News Platform

ମାନବୀୟ ତ୍ରୁଟି ଯୋଗୁଁ ଘଟିଗଲା ବଡ ଦୁର୍ଘଟଣା

ମାନବୀୟ ତ୍ରୁଟିରୁ ପୁଣି ଥରେ ବଡ ଦୁର୍ଘଟଣା | ସିଗନାଲ ନ ମାନିବାରୁ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଲା ମାଲବାହୀ ଗାଡି | ତେବେ ଏଠି ପ୍ରଶ୍ନ ଉଠୁଛି ରେଡି ସିଗନାଲ ପରେ ମଧ୍ୟ କାହିଁକି ଅଟକି ନଥିଲା ମାଲବାହୀ ଟ୍ରେନ | ଯାତ୍ରୀବାହୀ ଟ୍ରେନ ଥିବା ଟ୍ରକ ଉପରକୁ ମାଲବାହୀ ଟ୍ରେନ ଗଲା କାହିଁକି ? ରେଳ ସୁରକ୍ଷାରେ କବଚ ନାମକ ଏକ ସୁରକ୍ଷା ସିଷ୍ଟମ କାହିଁକି ହଠାତ କାମ କରିନଥିଲା | ଯାତ୍ରୀବାହୀ ଟ୍ରେନର ପଛ ପଟ ୩ ଟି ବଗି ସମ୍ପୂର୍ଣ୍ଣ କ୍ଷତିଗସ୍ତ ହୋଇଛି | ପଛପଟେ ଥିବା ଗାର୍ଡ ବଗି ସମ୍ପୂର୍ଣ୍ଣ ଚୁରମାର ହୋଇଥିବା ବେଳେ ୨ ଟି ପାର୍ସଲ ବଗି ଉପରକୁ ଉଠିଯାଇଥିଲା | ଏପରିକି ଲୋକ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଥିଲା |

ତ୍ରିପୁରାର ଅଗରତାଲାରୁ ପଶ୍ଚିମବଙ୍ଗର ସିଆଲଗ ଯାଉଥିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନ | ନ୍ୟୁ ଜଳପାୟୀଗୁଡ଼ି ଷ୍ଟେସନ ଠାରୁ ପ୍ରାୟ ୭ କିମି ଦୂର ରଙ୍ଗପାଣି ଷ୍ଟେସନ୍ରେ ଯାତ୍ରୀବାହୀ ଟ୍ରେନଟି ଛିଡା ହୋଇଥିଲା | ସକାଳ ପ୍ରାୟ ୮ଟା ୫୫ ରେ ସମାନ ଟ୍ରକରେ ମାଲବାହୀ ଟ୍ରେନ ପଛପଟୁ ଧକ୍କା ଦେଇଥିଲା | ଡ୍ରାଇଭର ଏବଂ ସହଯୋଗୀଙ୍କ ସମେତ ଯାତ୍ରୀବାହୀ ଟ୍ରେନ ଗାର୍ଡଙ୍କ ମୃତ୍ୟୁ ହୋଇଛି | ମାଲବାହୀ ଟ୍ରେନ ଷ୍ଟେସନରେ ଦିଆଯାଇଥିବା ସିଗନାଲକୁ ସମ୍ପୂର୍ଣ୍ଣ ଅଣଦେଖା କରିବାରୁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ରେଳବାଇ ବୋର୍ଡର ଅଧକ୍ଷା ଜୟବାରମନ ସିହ୍ନା |

Leave a Reply

Your email address will not be published. Required fields are marked *