ହସ ହସ ମୁହଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ
1 min readମୁଖ୍ୟମନ୍ତ୍ରୀ ପଦ ହାତରୁ ଯିବା ପରେ ଏବେ କେବଳ ବିଧାୟକ ଭାବେ ଶପଥ ଗ୍ରହଣ ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ | ଆଜି ବିଧାନସଭା ଆଗରେ ନିଜ କାରରେ ହସ ହସ ମୁହଁରେ ଓହ୍ଲାଇଥିଲେ | ପରେ ଶପଥ ଗ୍ରହଣ କରିବାକୁ ଗଲେ ନବୀନ ପଟ୍ଟନାୟକ | ଯେଉଁ ନବୀନ ଦିନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରୁଥିଲେ ସେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି |
ବିଧାନସଭାରେ ପହଞ୍ଚିବା ପରେ ନବୀନଙ୍କୁ ବିଜେଡିର ଅନ୍ୟ ବିଧାୟକ ମାନେ ପାଛୋଟି ନେଇଥିଲେ | ଚଳିତ ନିର୍ବାଚନରେ ନବୀନ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନ ପାଇଁ ଲଢ଼ିଥିଲେ | କଣ୍ଟାବାଞ୍ଝି ଆସନରୁ ପରାଜୟ ହୋଇଥିବା ବେଳେ ହିଞ୍ଜିଳିରୁ ଅଳ୍ପ କିଛି ଭୋଟରେ ବିଜୟ ଲାଭ କରିଥିଲେ ନବୀନ ପଟ୍ଟନାୟକ |
ତିନି ଦିନ ଅଧିବେଶନ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରଯାଇଛି | ତେବେ ଆଜି ଏବଂ ଆସନ୍ତା କାଲି ୧୪୭ ଜଣ ବିଧାୟକ ଶପଥ ଗ୍ରାଁ ନେବେ | କେବଳ ଯେଉଁମାନଙ୍କ ପାଖରେ ବିଧାନସଭାର ପାସ ଥିବ ସେହିମାନେ ବିଧାନସଭାକୁ ପ୍ରବେଶ କରିପାରିବେ |
ତେବେ ସୁରକ୍ଷା ଦାୟିତ୍ୱରେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ରହିବେ | ନିଜେ ପୋଲିସ କମିଶନର ଏହି ଦାୟିତ୍ୱରେ ରହିବେ | ଏହି ସମୟରେ ଲୋୟର ପିଏମଜିରେ କୌଣସି ଧାରଣା ହୋଇପାରିବ ନାହିଁ | ପୋଲିସ କଣ୍ଟ୍ରୋଲ ରୁମ ଜରିଆରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ହେବା ସହ ଆଗାମୀ କାର୍ଯ୍ୟପନ୍ଥା କଣ ନିଆଯିବ ତାହା ଉପରେ ତଦାରଖ କରିବେ ପୋଲିସ ଟିମ | ତେବେ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରି ଟିମ, ମଧ୍ୟ ନିୟୋଜିତ କରଯାଇଛି |