Pratidin TV

Odisha's Digital News Platform

ଦାମୀ ଗାଡ଼ିକୁ ଛାଡ଼ି ସାଇକେଲରେ ବିଧାନସଭା ଆସିଲେ ସିଦ୍ଧାନ୍ତ ମହାପାତ୍ର ,ସମାଜକୁ ସୁସ୍ଥ ରଖିବା ଦେଲେ ବାର୍ତ୍ତା

1 min read

ସାଇକେଲ ଚଳାଇ ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ ମହାପାତ୍ର | ଯେଉଁ ଜାଗାରେ ଅନ୍ୟ ବିଧାୟକମାନେ ଦାମୀ ଗାଡ଼ିରେ ଚଢି ବିଧାନସଭା ସାମ୍ନାରେ ଓହ୍ଲାଉଥିଲେ ସେହି ଜାଗାରେ ସିଦ୍ଧାନ୍ତ ମୁଣ୍ଡରେ ହେଲମେଟ ପିନ୍ଧି ସାଇକେଲ ଚଳାଇ ଶପଥଗ୍ରହଣ ଉତ୍ସବ ଯୋଗ ଦେଲେ | ଏହା ଦେଖି ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ |

ତେବେ ସିଦ୍ଧାନ୍ତଙ୍କୁ ସମସ୍ତେ ସୈକଲେଲ ଚଳାଇଥିବା ଦେଖିଥିଲେ କିନ୍ତୁ ଆଜି ଭଳି ଏତେ ବଡ ଦିନରେ ସାଇକେଲ ଚଢିବା କିନ୍ତୁ ଭୁଲି ନାହାନ୍ତି ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର | ବିଧାୟକ ହେବା ପରେ ଆଜି ଶପଥ ନେବାକୁ ବିଧାନସଭାରେ ସାଇକେଲ ନେଇ ପହଁଞ୍ଚିଥିଲେ  ସିଧାନ ମହାପାତ୍ର | ସାଇକେଲ ନେଇ ଆସିବା ସହ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା  ଦେଇଥିଲେ | ଏପରିକି ନେତା, ମନ୍ତ୍ରୀ, ଏବଂ ସାଧାରଣ ଜନତା ସାଇକେଲ ବ୍ୟବହାର କରିବା ନେଇ ଅପିଲ କରିଥିଲେ | କେବଳ ସେତିକି ନୁହେଁ ଯେହେତୁ ସେ ଜନସାଧାରଣଙ୍କ ନେତା ତେଣୁ ତାଙ୍କୁ ସଦାସର୍ବଦା ସୁରକ୍ଷା ଯୋଗାଇବେ ଏବଂ ତାଙ୍କର କୌଣସି ସୁରକ୍ଷା ଆବଶ୍ୟକତା ନାହିଁ ବୋଲି କହିଥିଲେ ସିଦ୍ଧାନ୍ତ | ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ଏପରି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରଯାଉଛି |

Advertisement

Leave a Reply

Your email address will not be published. Required fields are marked *