Pratidin TV

Odisha's Digital News Platform

ଭୁବନେଶ୍ୱର ମୁକୁଳା ଡ୍ରେନରେ ବାଳକର ମୃତ୍ୟୁ ଘଟଣା, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ଜୁନ ୧ ୮ ତାରିଖ ଦିନ ୟୁନିଟ ୩ ମସଜିଦ କଲୋନୀ ଅପରାହ୍ନରେ ମୁକୁଳା ଡ୍ରେନରେ ପଡି ଜଣେ ନାବାଳକ ଶିଶୁ ପୁଅର ମୃତ୍ୟୁ ହୋଇଛି | ତେବେ ଏହି ଘଟଣା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଶୋକ ସନ୍ତପ୍ତ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ନାବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି | ଏହା ରାଜ୍ୟ ବିପର୍ଯ୍ୟ ମୁକାବିଲା ପାଣ୍ଠିରୁ ପ୍ରଦାନ କରାଯିବ |

ମଙ୍ଗଳବାର ଜୁନ ୧ ୮ ତାରିଖ ଅପରାହ୍ନ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା | ସେହି ସମୟରେ ୟୁନିଟ ତିନି ମସଜିଦ କଲୋନୀ ନାବାଳକ ଏସକେ ରାଜେଶ ତାଙ୍କ ସାଙ୍ଗ ସାଥି ମାନଙ୍କ ସହ ଡ୍ରେନ ପାଖରେ ଖେଳୁଥିଲେ | ଠିକ ସେହି ସମୟରେ ମୁକୁଳା ଡ୍ରେନରେ ଖସିପଡିଥିଲେ ଏସକେ ରାଜେଶ | ତେବେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣି ନାବାଳକଙ୍କ ଭସାଇ ନେଇଥିଲା | ଏନେଇ ଚିତ୍କାର କରିଥିଲେ ନାବାଳକ ଏବଂ ତାଙ୍କ ସାଥିମାନେ | ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଲେ ମଧ୍ୟ ସୁଦ୍ଧା ନାବାଳକର କୌଣସି ପତ୍ତା ମିଳିନଥିଲା |

ପରିବାର ଲୋକେ ଖୋଜିଥିଲେ ମଧ୍ୟ ପତ୍ତା ପାଇନଥିଲେ | ଏହାପରେ ଅଗ୍ନିଶମ ବାହିନୀ ଟିମ ଆସି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା | ଦୀର୍ଘ ୪ ଘଣ୍ଟା ପରେ ନାବାଳକକୁ ଉଦ୍ଧାର କରାଯାଇଥିଲା | ଉଦ୍ଧାର କରାଯାଇ ନାବଳଙ୍କକୁକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ |

Leave a Reply

Your email address will not be published. Required fields are marked *