Pratidin TV

Odisha's Digital News Platform

ନାଳନ୍ଦା ବିଶ୍ୱବିଦ୍ୟାଳୟ ନୂଆ କ୍ୟାମ୍ପସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଜୁନ ୧୯ ତାରିଖ ଦିନ ନାଳନ୍ଦା ବିଶ୍ୱବିଦ୍ୟାଳୟ ନୂତନ କ୍ୟାମ୍ପସ ଉଦଘାଟନ କରିଛନ୍ତି | କ୍ରମାଗତ ତୃତୀୟ ଥର ପାଇଁ ପ୍ରଧନମନ୍ତ୍ରୀ ହେବା ପରେ ଏହା ପ୍ରଥମ ବିହାର ଗସ୍ତ | ନୂଆ କ୍ୟାମ୍ପସ ଉଦଘାଟନ ପୂର୍ବରୁ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ X ରେ ପୋଷ୍ଟ କରି ଲେଖିଛନ୍ତି, “ଏହା ଆମ ଶିକ୍ଷା କ୍ଷେତ୍ର ପାଇଁ ଏକ ବିଶେଷ ଦିନ। ଆଜି ସକାଳ ପ୍ରାୟ ୧୦.୩୦ ବେଳକୁ ରାଜଗିରରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଉଦ୍‌ଘାଟିତ ହେବ। ଆମର ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ଦୃଢ଼ ସଂଯୋଗ ରହିଛି।” ଏହି ପୋଷ୍ଟ୍‌ ‌ମୋଦୀ ଉଦ୍‌ଘାଟନ ପୂର୍ବରୁ କରିଥିଲେ।

ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ।

ଏହାସହ ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ଡୋନେସିଆ, ଲାଓସ୍, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ଏବଂ ଭିଏତନାମ ସମେତ ସମୁଦାୟ ୧୭ ଟି ଦେଶରୁ ବିଦେଶୀ ଦୂତମାନେ ମଧ୍ୟ ଇଭେଣ୍ଟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *