Pratidin TV

Odisha's Digital News Platform

ଖୋଲିଲାନି ମୋ ବସ୍ ଡୋର , ଡରରେ ଝରକା ବାଟେ ଡେଇଁଲେ ଯାତ୍ରୀ

1 min read

କଟକ : ରାସ୍ତା ମଝିରେ ଡରାଇଲା ମୋ ବସ୍ । ଅଧାରୁ ବନ୍ଦ ପଡିଗଲା ଗାଡି , ଯାତ୍ରୀ ଓହ୍ଲାଇବାକୁ ଚାହୁଁଥିଲା ସମୟରେ ଖୋଲିଲାନି ବସ୍ ଡୋର । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା କାଠେଯାଡି ଲିଙ୍କ୍‌ରୋଡ୍‌ର ରାଜାବଗିଚା ମଝି ରାସ୍ତାରେ ଘଟିଛି ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନଂ ରୁଟ୍‌ର ଏକ ମୋ ବସ୍ ହଠାତ୍ ରାଜାବଗିଚା ନିକଟରେ ଖରାପ୍ ହୋଇଯାଇଥିଲା । ଫଳରେ ବସ୍‌ର ଆଗ ପଛ ୨ଟି ଡୋର୍ ମଧ୍ୟ ଲକ୍ ପଡିଯାଇଥିଲା । ପ୍ରାୟ ୩୦ ମିନିଟ୍ ଧରି ଡୋର୍‌କୁ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାତ୍ରୀମାନେ ସେଥିରେ ବିଫଳ ହୋଇ ଆତଙ୍କିତ ହୋଇପଡିଥିଲେ । କିଛି ବ୍ୟକ୍ତି ବସ୍ ଝରକା ଦେଇ ବାହାରକୁ ଆସିବାର ଦେଖିବାକୁ ମିଳୁଥିବା ବେଳେ, କିଛି ଲୋକେ ଡ୍ରାଇଭର ପାଖ ଡୋର ଦେଇ ବାହାରକୁ ଆସୁଥିଲେ ।

Advertisement

ଏହିଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ଡୋରକୁ ତଡାଯିବା ପରେ ମୋ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉର୍ଦ୍ଧାର କରାଯାଇଛି । ତେବେ କଟକ ସହରରେ ଏଭଳି ଏକ ଖବର ପ୍ରଘଟ ହେବା ଫଳରେ ଲୋକମାନଙ୍କ ମନରେ ମୋ ବସ୍‌କୁ ନେଇ ଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *