Pratidin TV

Odisha's Digital News Platform

ରୋଗୀଣା ସ୍ୱାମୀଙ୍କୁ ଭଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେ ସ୍ତ୍ରୀ

ହସ ଖୁସିରେ ଚାଲୁଥିଲା ଖଗେଶ୍ଵର ମଲିକଙ୍କ ପରିବାର. ହଠାତ ତ ପରିବାର ଉପରେ ପଡିଲା ବଜ୍ର |ସୁଦୂର ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବେ ସୂତା ମିଲରେ କାମ କରି ପରିବାର ପ୍ରତି ପୋଷଣ କରୁଥିବା ସ୍ୱାମୀଙ୍କ ହଠାତ୍ ଦେହ ଖରାପ ହୋଇଥିଲା |ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ପଞ୍ଚାୟତର ନାରୀ ଗାଁ ଗ୍ରାମର ତୃପ୍ତି ପ୍ରିୟାଙ୍କ କ୍ଷେତ୍ରରେ | ରୋଗୀଣା ସ୍ୱାମୀଙ୍କୁ ଭଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେ ସ୍ତ୍ରୀ

ତୃପ୍ତିଙ୍କ ସ୍ଵାମୀ ଖଗେଶ୍ଵର ମଲ୍ଲିକ ବୟସ ୪୦ ବର୍ଷ ପାଖାପାଖି |ଖଗେଶ୍ଵରଙ୍କ ପରିବାର କହିଲେ ଛୋଟ ଛୋଟ ୨ଝିଅ ଓ ଗୋଟିଏ ପୁଅ ସହ ବୃଦ୍ଧ ବାପା ମାକୁ ମିଶାଇ ୭ ପ୍ରାଣୀ କୁଟୁମ୍ବ.ଦେହ ଖରାପ ହେବା ଯୋଗୁଁ ବାଧ୍ଯ ହୋଇ ଖଗେଶ୍ଵର ଓଡ଼ିଶା ଆସି ଭୁବନେଶ୍ଵର ସ୍ଥିତ ଏମସ ମେଡିକାଲରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଲେ |

ଡାକ୍ତରୀ ତଥ୍ୟରୁ ଜାଣିବାକୁ ପାଇଲେ ଯେ ତାଙ୍କର ଦୁଇଟି ଯାକ କିଡନୀ ଫେଲ୍ ହୋଇଯାଇଛି | ତୃପ୍ତିଙ୍କ ପାଖରେ ଯାହା କିଛି ଅର୍ଥ ଓ ଅନ୍ୟାନ୍ୟ ଜିନିଷ ଥିଲା ତାକୁ ବିକି ଭାଙ୍ଗି ଖର୍ଚ୍ଚ କରିସାରିଲେଣି ହେଲେ ଏହା ଫଳପ୍ରଦ ହୋଇପାରୁନାହିଁ |ଗୋଟିଏ ପଟେ ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକ ଓ ଅନ୍ୟପଟେ ୭ପ୍ରାଣୀ କୁଟୁମ୍ବଙ୍କ ପ୍ରତିଦିନ ଭରଣ ପୋଷଣ | ଏହି ଦୁଃଖରେ ତୃପ୍ତି ଆଖିର ଲୁହକୁ ହାତରେ ପୋଛିଚାଲିଛନ୍ତି | ଭଲ ହେବା ଲାଗି ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକ ହେଉଥିବାବେଳେ ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ଵାରା ଘର ଘର ବୁଲି ଚ଼ାନ୍ଦା କରି କିଛି ଅର୍ଥ ପ୍ରଦାନ କରିଥିଲେ | ହେଲେଏହି ଅର୍ଥ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ | ଦିନକୁ ଦିନ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ବସିଲାଣି | ତାଙ୍କ ସ୍ଵାମୀଙ୍କ ଚିକିତ୍ସା ପାଇଁ ଯଦି କୌଣସି ଅନୁଷ୍ଠାନ ବାସ ହୃଦୟ ବ୍ୟକ୍ତି କିଛି ଆର୍ଥିକ ସହାୟତାର ହାତ ବଢାଇବା ଇଚ୍ଛା ପ୍ରକାଶ କରୁଥାଆନ୍ତି ଆକାଉଣ୍ଟରେ ପ୍ରଦାନ କରିବାକୁ ତୃପ୍ତି ଆକୁଳ ନିବେଦନ କରିଛନ୍ତି |

Leave a Reply

Your email address will not be published. Required fields are marked *