କେଜ୍ରିୱାଲଙ୍କୁ ବଡ ଆଶ୍ବସ୍ତି, ଜାମିନ ପ୍ରଦାନ କଲା କୋର୍ଟ
1 min readବହୁଚର୍ଚ୍ଚିତ ଦିଲ୍ଲୀ ଅବକାରିଣୀଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ | ରାଉଜ ଆଭିନ୍ୟୁ କୋର୍ଟର ଅବକାଶକାଳୀନ ଖଣ୍ଡପୀଠ ଜଷ୍ଟିସ ବିନ୍ଦୁ ଏହି ନିର୍ଦ୍ଦେଶ ଦେଇଛନ୍ତି | ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପ୍ରଦାନ କରାଯାଇଛି |
ତେବେ ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବେଲ ବଣ୍ଡନ ଦାଖଲ କରି ଶୁକ୍ରବାର ଦିନ ଜେଲରୁ ବାହାରକୁ ଯିବାର ନିର୍ଦ୍ଦେଶ ଦେଇଛି | କୋର୍ଟ ସନ୍ଧ୍ୟା ୮ଟାରେ ଜାମିନ ନିର୍ଦ୍ଦେଶ ଦେଇଥିବାରୁ ଏହାର କାଗଜ ଆସନ୍ତାକାଲି ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବ। ଏହାପରେ ଯାଇ କେଜ୍ରିୱାଲ ଜେଲରୁ ବାହାରିବେ।
ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା | ଜାମିନ ଆଦେଶ ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରୋକ ଲଗାଇବା ପାଇଁ ଇଡି କୋର୍ଟକୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ଇଡି ଅନୁରୋଧକୁ ପ୍ରତ୍ୟାଖାନ କରିଦେଇଛନ୍ତି |