Pratidin TV

Odisha's Digital News Platform

କେଜ୍ରିୱାଲଙ୍କୁ ଝଟକା…. ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେବି ଲାଗିଲା ରୋକ | କେଜରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତର ଆଦେଶ ଶୁଣାଣି ପର୍ଯ୍ୟନ୍ତ ରହିବ ସ୍ଥଗିତ । ଅର୍ଥାତ୍‌ ହାଇକୋର୍ଟ ଏହି ମାମଲାର ଶୁଣାଣି ନକରିବା ପର୍ଯ୍ୟନ୍ତ କେଜରିୱାଲଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ ନାହିଁ। ହାଇକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଏହି ମାମଲାର ଶୁଣାଣି ନକରିଛୁ ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ କାର୍ଯ୍ୟକାରୀ ହେବ ନାହିଁ।

ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା। ଇଡି ଏହାର ଆବେଦନରେ କହିଥିଲା ଯେ, ତଦନ୍ତର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ କେଜ୍ରିୱାଲଙ୍କୁ ଜାମିନ ମିଳିବା ତଦନ୍ତ ଉପରେ ପ୍ରଭାବ ପକାଇବ କାରଣ କେଜ୍ରିୱାଲ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ଏହି ମାମଲାରେ କୋର୍ଟ ଖାରଜ କରିଦେଇଥିଲେ ଏବଂ ଏହି ମାମଲାର ଜରୁରୀ ଶୁଣାଣି ଆବଶ୍ୟକ ନଥିବା କହିଥିଲେ। ଏହାରି ମଧ୍ୟରେ ବିଚାରପତି ସୁଧୀର ଜୈନ କହିଥିଲେ, ” ଯେଉଁ ପର୍ଯ୍ୟନ୍ତ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି, ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ ପ୍ରଭାବୀ ହେବ ନାହିଁ।”

Leave a Reply

Your email address will not be published. Required fields are marked *