Pratidin TV

Odisha's Digital News Platform

ଆଜି ତିହାର ଜେଲରୁ ମୁକ୍ତ ହେବେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ

1 min read

ବହୁଚର୍ଚ୍ଚିତ ଦିଲ୍ଲୀ ମଦନୀତି ମାମଲା। ଆଜି ତିହାର ଜେଲରୁ ମୁକୁଳିବେ ସିଏମ ଅରବିନ୍ଦ କେଜ୍ରିଓ୍ୱାଲ । ଗତକାଲି କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ ରାଉସ ଆଭେନ୍ଯୁ କୋର୍ଟ। ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା ଇଡି। ରାଉସ ଆଭେନ୍ଯୁ କୋର୍ଟର ଅବସରକାଳୀନ ବିଚାରପତି ନ୍ୟାୟ ବିନ୍ଦୁ ଦେଇଛନ୍ତି ଜାମିନ। ଆଜି ଦିଲ୍ଲୀ ତିହାର ଜେଲରୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଦାଖଲ କରି ପଦାକୁ ଆସିପାରନ୍ତି।

କେଜ୍ରିୱାଲଙ୍କ ଓକିଲମାନେ ଆଜି କୋର୍ଟରେ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦାଖଲ କରିବେ। ଏହାପରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ; ଯେଉଁଠାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଜୁନ୍ ୨ରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସୂଚନା ଅନୁସାରେ, ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଆଜି ୪ଟା ସମୟରେ ହାଇ-ସୁରକ୍ଷା କାରାଗାରକୁ ଯିବାର ସମ୍ଭାବନା ରହିଛି।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ଯଦି ସେ ଜେଲରୁ ବାହାରକୁ ଯାଆନ୍ତି ତେବେ ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋଙ୍କ ମୁକୁଳିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *