ବଦଳିଯିବେ ଝାରସୁଗୁଡାର ବିଧାୟକ ; ଦୀପାଳିଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ, ଯାଞ୍ଚ ହେବ ୧୩ଟି ପୋଲିଂ ଷ୍ଟେସନର EVM
1 min readବଦଳିଯିବ ଝାରସୁଗୁଡାର ରାଜନୀତି , ବଦଳିବେ କି ବିଧାୟକ । ଆଜି ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ । ଯାଞ୍ଚ ହେବ ୧୩ ପୋଲିଂ ଷ୍ଟେସନର ଇଭିଏମ୍ । ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି ।
ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି । ନିର୍ବାଚନ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଆଉ ଆଜି ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଏହା ସହିତ ଝାରସୁଗୁଡାର ୧୩ ଟି ପୋଲିଂ ଷ୍ଟେସନରେ ଯାଞ୍ଚ କରିବା ପାଇଁ ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ ।