Pratidin TV

Odisha's Digital News Platform

ଅନୁପମ ଖେରଙ୍କ ମୁମ୍ବାଇ ଅଫିସରେ ଚୋରି,ନେଇଗଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

1 min read

ବଲିଉଡ ଅଭିନେତା ଅନୁପମଙ୍କ ଅଫିସରେ ଚୋରି | ନିଜେ ଅନୁପମ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଲେ ସୂଚନା | ଏହି ଚୋରି ପାଇଁ ପୋଲିସ ୨ ଅବିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଉଛନ୍ତି, ମାଜିଦ୍ ଶେଖ ଏବଂ ମହମ୍ମଦ ଡାଲର ବାହରିମ ଖାନ। ତେବେ ଏହି ଘଟଣାଟି ମୁମ୍ବାଇ ସ୍ଥିତ ଅନ୍ଧେରିରେ ଥିବା ଅଫିସରେ ହୋଇଥିଲା | ପୋଲିସ କହିଛି ଉଭୟ ଅଭିଯୁକ୍ତ ସହରର ବିଭିନ ଅଞ୍ଚଳରେ ବୁଲି ବୁଲି ଅଟୋ ଚୋରି କରନ୍ତି | ପୋଲିସ ଯାଞ୍ଚରୁ ଜଣାପଡିଛି, ଅନୁପମ ଖେରଙ୍କ କାର୍ଯ୍ୟାଳୟରେ ଚୋରି କରିଥିବା ଦିନ ଦୁହେଁ ଅଟୋରେ ମୁମ୍ବାଇର ବିଭିନ୍ନ ଅଣ୍ଚାକ୍ରେ ବୁଲି ବୁଲି ଚୋରି କରିଛନ୍ତି |

ସୂଚନା ଅନୁଯାୟୀ, ଗୁରୁବାର ଦିନ ବଲିଉଡ ଅଭିନେତା ଅନୁପମ ଖେରଙ୍କ କାର୍ଯ୍ୟାଳୟରେ ପଶି ଚୋରି କରିଥିବା ମାମଲା ସାମ୍ନାକୁ ଆସିଥିଲା | ୨ ଜଣ ଅଜ୍ଞାତ ବ୍ୟକ୍ତି ଅଫିସରେ ଚୋରି କରିଥିବା ନେଇ ପୋଲିସ ମାମଲା ରୁଜୁ କରିଥିଲା | ସମଗ୍ର ଘଟଣା ଅନୁସନ୍ଧାନ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି |

ଅନୁପମ ନିଜେ ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଅନୁପମ୍‌‌ କହିଛନ୍ତି ବୁଧବାର ତାଙ୍କ ଅଫିସରୁ ଚୋରି ହୋଇଥିବା ଖବର ସେ ଜାଣିବାକୁ ପାଇଥିଲେ। ଚୋରମାନେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିବା ଏକ ବ୍ୟାଗକୁ ଚୋରି କରିନେଇଛନ୍ତି। ଅନୁପମ ତାଙ୍କ ପ୍ରଡକସନରେ ନିର୍ମାଣ କରୁଥିବା ଫିଲ୍ମ ‘ମେନେ ଗାନ୍ଧୀ କୋ ନେହିଁ ମାରା’ କାଗଜପତ୍ର ରଖିଥିବା ବ୍ୟାଗ ଚୋରି ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *