Pratidin TV

Odisha's Digital News Platform

ଋିୟଲ ରିସ୍କ ନେଲେ ବିଦ୍ୟୁତ୍ : ସୋସିଆଲ ମିଡିଆରେ ସେୟାର କଲେ ଏଭଳି କିଛି ଫଟୋ

1 min read

ନୂଆଦିଲ୍ଲୀ : ଆକ୍ସନହିରୋ ତଥା ରିଅଲ ଷ୍ଟଣ୍ଟ ମ୍ୟାନ୍ ଭାବେ ବଲିଉଡ୍ ଓ ଟଲିଉଡ୍‌ରେ ବେଶ୍ ଚର୍ଚ୍ଚିତ ନା ବିଦ୍ୟୁତ୍ ଜାମ୍ମୱାଲ । ନିକଟରେ ସେ ଏଭଳି କିଛି ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ଡରିଯାଇଛନ୍ତି । ଆଉ ରିଲ ଲାଇଫ୍‌ରେ ଏଭଳି ରିୟଲ ରିସ୍କ ନନେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।ତେବେ ସେହି ଫଟୋଟି ବିଦ୍ୟୁତ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମର ଏକ ସିନ୍ ଅଟେ ।

ସନକ୍ , ଦି ପାୱାର , ଖୁଦାହାଫିସ୍ ଏବଂ କମାଣ୍ଡୋ-୩ ପରେ ପୁଣି ବିଦ୍ୟୁତ୍ ଏକ ଦମ୍‌ଦାର ଆକ୍ସନ ମୁଭିରେ ନଜର ଆସିବେ । ଯାହାର ସୁଟିଂ ଆରମ୍ଭ ମଧ୍ୟ ହୋଇଯାଇଛି । ଦୀପାବଳୀ ନିଜ ନିଜ ପ୍ରଶଂସକଙ୍କ ସର୍ପ୍ରାଇଜ୍ ଦେଇଛନ୍ତି ବିଦ୍ୟୁତ୍‌,ଜ୍ୟାକଲିନ୍ ଏବଂ ଅର୍ଜୁନ ରାମପାଲ୍ । ବିଦ୍ୟୁତ ଜାମୱାଲ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଆପଣ ଦେଖିପାରିବେ ଯେ ସେ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି ,ଯେଉଁଥିରେ ଫିଲ୍ମର ନାମ ଲେଖାଯାଇଛି। ଏହା ସହିତ ସେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏବଂ ଅର୍ଜୁନ ରାମପାଲଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ମଧ୍ୟ ତାଙ୍କ ହାତରେ ବୋର୍ଡ ଧରିଛନ୍ତି ଏବଂ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଜଣାଇଛନ୍ତି।

Advertisement

ଫିଲ୍ମ ‘କ୍ରାକ’ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଏକ ବର୍ଷ ପୂର୍ବରୁ ଘୋଷଣା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଫିଲ୍ମର ନାମ ସ୍ଥିର କରାଯାଇଛି । ଯାହା ପୂର୍ବରୁ ହୋଇନଥିଲା। ତାରକାମାନେ ସେମାନଙ୍କର ପୋଷ୍ଟ ମାଧ୍ୟମରେ ସେମାନଙ୍କର ଫିଲ୍ମ ‘କ୍ରାକ’ର ନାମ ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ ବିଦ୍ୟୁତ ଜାମୱାଲ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ଅର୍ଜୁନ ରାମପାଲଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହା ମଧ୍ୟ କୁହାଯାଉଛି ଯେ ଏହା ଏକ ଆକ୍ସନ୍ ଫିଲ୍ମ ହେବ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏହି ଫିଲ୍ମ ୨୦୨୩ରେ ମୁକ୍ତିଲାଭ କରିବ।

Leave a Reply

Your email address will not be published. Required fields are marked *