Pratidin TV

Odisha's Digital News Platform

ନିଦରୁ ଉଠିଲା ପୋଲିସ : ଜଗବନ୍ଧୁଙ୍କୁ ଗିରଫ୍ କଲା ସ୍ୱତନ୍ତ୍ର ଟିମ୍

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି କୁମ୍ଭକର୍ଣ୍ଣ ନିଦରୁ ଉଠୁଛି ପୋଲିସ । ପୂର୍ବରୁ ଅର୍ଚ୍ଚନାଙ୍କୁ ଗିରଫ୍ କରିଥିବା ପୋଲିସ ଏଥିରେ ବରାବର ସପୃକ୍ତ ବା ଏସବୁର ମାଷ୍ଟର ମାଇଣ୍ଡ ଥିବା ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଇଛି ପୋଲିସ୍ । କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ରଟିମ୍ ଜଗବନ୍ଧୁଙ୍କୁ ଆଜି ତାଙ୍କ ସତ୍ୟବିହାର ଘରୁ ଉଠାଇ ଆଣି ପଚରା ଉଚରା ଆରମ୍ଭ କରିଦେଇଛି ।

କିନ୍ତୁ ଏଠି ପୋଲିସର ତଦନ୍ତକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ , ହଠାତ୍ କାହିଁକି ତତ୍ପରତା ଦେଖାଇଛି ପୋଲିସ ! ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାର ପୋଲିସ ତଦନ୍ତର ଗତିକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ସଂଗୀନ ଦଫା ଲାଗିଥିବାରୁ ଅର୍ଚ୍ଚନାର ଜାମିନ୍ ଖାରଜ ହେବା ସହ ତାକୁ ଜେଲରେ ରଖାଯାଇଛି। ଉଭୟଙ୍କ ବିରୁଦ୍ଧରେ ସମାନ ୧୬ ଟିଲେଖାଏଁ ଦଫା ଲାଗିଥିବା ବେଳେ , ଆଜି ସ୍ୱାମୀ ଜଗବନ୍ଧୁଙ୍କୁ ଘରୁ ଉଠାଇ ଆଣିଛି ଟିମ୍ ।

Advertisement

ତେବେ ଜଗବନ୍ଧୁଙ୍କ ସହ ଏହି ମାଷ୍ଟର ମାଇଣ୍ଡ ପ୍ଲାନ ଗୁଡିକରେ ବରାବର ସାମିଲ ଥିବା ଖଗେଶ୍ୱରଙ୍କୁ କାହିଁ ପଚରାଉଚରା କରିନି ପୋଲିସ ବା କାହିଂକି ତାକୁ ହେପାଜତକୁ ନେଇନାହିଁ । କଣ ଖଗେଶ୍ୱରଙ୍କ ପଛରେ ରହିଛି କେଉଁ ବଡ ବଡୁଆ ନେତା ମନ୍ତ୍ରୀଙ୍କ ହାତ ନାଁ ଆଉ କିଛି ରହସ୍ୟ । ଯେଉଁଥିପାଇଁ ଏତେ ଦିନ ଯାଏ ଚୁ ପ୍ ବସିଥିଲା ପୋଲିସ !

Leave a Reply

Your email address will not be published. Required fields are marked *