Pratidin TV

Odisha's Digital News Platform

ଭୁଷୁୁଡିଲା ରୁଙ୍ଗଟା ମାଇନ୍ସ କନଷ୍ଟ୍ରକ୍ସନ ; ୩ ମୃତ , ଅନେକ ଚାପିହୋଇ ରହିଛନ୍ତି ।

1 min read

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଝାଡ଼ବନ୍ଧ ଗ୍ରାମ ସ୍ଥିତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କଂପାନୀ ରେ ଏକ ବଡ ଅଘଟଣ । ଏକ କନଷ୍ଟ୍ରକ୍ସନ଼ ଭୁଷୁଡ଼ି ୩ଜଣ ଙ୍କ ମୃତ୍ୟୁ ହୋଇଥିବା ସହ ରୁ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଭୁଷୁଡ଼ି ପଡ଼ିଥିବା କନଷ୍ଟ୍ରକସନ୍ ତଳେ ବହୁ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଂପାନୀ କର୍ତୁପକ୍ଷ ଓ ପୋଲିସ୍ ଉପସ୍ଥିତି ରେ ଉଦ୍ଧାର କାର୍ଯ୍ୟ ଚାଲୁରହିଛି । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଡକାଯାଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ର କାରଣ ଅସ୍ପଷ୍ଟ ରହିଛି ।ଦୁର୍ଘଟଣା କୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Advertisement

ଘଟଣାଟି ଏପରି ଥିଲା କି ଆଜି ସକାଳେ କାମ ଚାଲିଥିବା ବେଳେ ହଠାତ୍ ମେକାନିକାଲ ଷ୍ଟ୍ରକଚରଟି ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *