ଜନ୍ମମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ , ପରିବାର ସହ ମିଶି ଖାଇବେ ଶାଗ-ପଖାଳ
1 min readଆଜି ନିଜ ଗାଁ ରାଇକଳାରେ ପହଞ୍ଚିଛନ୍ତି ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିବେ ମୋହନ ।
ଆଜି ଗାଁରେ ପାଦଦେବା କ୍ଷଣି ମୁଖ୍ୟମନ୍ତ୍ରୀ ନିଜର ଲୋକଙ୍କୁ ଦେଖି ସମ୍ଭାଳି ପାରିନଥିଲେ । ନିଜ ଗାଡିରୁ ଓହ୍ଲାଇ ଯାଇ ସେମାନଙ୍କୁ ଭେଟିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଗ୍ରାମବାସୀ ମାନେ ମଧ୍ୟ ଖୁବ୍ ଆଡମ୍ବରରେ ପ୍ରସ୍ତୁତ କରିଥିଲେ ଭବ୍ୟ ସ୍ୱାଗତ । ଗାଁ ଦାଣ୍ଡ ସାରା ଝୋଟି ଚିତା ସହ ପ୍ରତ୍ୟକ ଘରର ଦୁଆଁରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧୋଇଦେବାକୁ ଚାହିଁ ବସିଥିଲେ ଗ୍ରାମବାସୀ ।
ତେବେ ଆଜି ନିଜ ଗାଁରେ ପରିବାର ସହ ମଧ୍ୟହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଘର ଲୋକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତି କରାଯାଇଛି । ପଖାଳ ସାଙ୍ଗକୁ ଆଳୁଭର୍ତ୍ତା, ବଡିଚୁରା ,ଶାଗଭଜା , ଝୁଡ଼ଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରୀ ଭଜା ଓ ବାଇଗଣ ଭର୍ତା ପ୍ରସ୍ତୁତ କରାଯାଇଛି । ରବିବାର କେନ୍ଦୁଝର ଗସ୍ତରେ ତାରିଣୀଙ୍କ ପୀଠ ଯାଇ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି ମଧ୍ୟ କହିଛନ୍ତି ।