Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ହୋଇ ଫେରିଲେ ପୁଅ , ପଖାଳ କଂସା ବାଢି ଅପେକ୍ଷା କରିଛନ୍ତି ମା ।

1 min read

ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜ ଗାଁ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ନିଜ ଘରକୁ ଯାଇ ପରିବାର କୁ ଭେଟିବା ପାଇଁ ଅତି ବ୍ୟକୁଳ ହୋଇ ନିଜ ଦାମୀ ଗାଡିରୁ ଓହ୍ଲାଇ ପଡିଥିଲେ ସେ ।

ଆଜି ଗାଁରେ ପାଦଦେବା କ୍ଷଣି ମୁଖ୍ୟମନ୍ତ୍ରୀ ନିଜର ଲୋକଙ୍କୁ ଦେଖି ସମ୍ଭାଳି ପାରିନଥିଲେ । ନିଜ ଗାଡିରୁ ଓହ୍ଲାଇ ଯାଇ ସେମାନଙ୍କୁ ଭେଟିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଗ୍ରାମବାସୀ ମାନେ ମଧ୍ୟ ଖୁବ୍ ଆଡମ୍ବରରେ ପ୍ରସ୍ତୁତ କରିଥିଲେ ଭବ୍ୟ ସ୍ୱାଗତ । ଗାଁ ଦାଣ୍ଡ ସାରା ଝୋଟି ଚିତା ସହ ପ୍ରତ୍ୟକ ଘରର ଦୁଆଁରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧୋଇଦେବାକୁ ଚାହିଁ ବସିଥିଲେ ଗ୍ରାମବାସୀ । ଆଉ ଏସବୁ ଭିତରେ ପୁଅ ଫେରିବା ବାଟକୁ ଚାହିଁ ବସିଥିଲେ ମା । ହଁ ଆଜି ପୁରା ଓଡିଶା ପାଇଁ ସିନା ସେ ମୁଖ୍ୟମନ୍ତ୍ରୀ କିନ୍ତୁ ଜଣେ ମା ପାଇଁ ସେ ସେଇ ଗେଲବସର ପୁଅ । ଯାହା ପାଇଁ ଆଜି ନିଜ ହାତରେ ବଡି ଚୁରା , ଆଳୁ ଭର୍ତ୍ତା , ଶାଗଭଜା ,କଲାରା କୁନ୍ଦୁରୀ ଭଜା କରି ପଖାଳ ବାଢି ଜଗି ବସିଥିଲେ ମା । ମୋହନ ଘରେ ପହଞ୍ଚିବା କ୍ଷଣି ଏସବୁ ଖାଇବେ ବୋଲି ମା ଅତି ଶ୍ରଦ୍ଧାରେ ବନାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *