Pratidin TV

Odisha's Digital News Platform

ବଦଳିବ ଲକ୍ଷ୍ମୀ ବସ୍‌ର ନାଁ , ଗଡିବ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିବସ୍ ; ରଥଯାତ୍ରା ପାଇଁ ପ୍ରତି ବ୍ଲକ୍ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍

ବଦଳିବ ଲକ୍ଷ୍ମୀ ବସ୍‌ର ନାଁ , ଗଡିବ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିବସ୍ । ରାଜ୍ୟରେ ସରକାର ପରିବର୍ତ୍ତନ ସହ ସବୁ ଯୋଜନା ମଧ୍ୟ ବଦଳିଛି । ଆଜି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକ ରେ ରାଜ୍ୟର ବିକାଶ ତଥା ଜନସାଧାରଣଙ୍କ ସୁବିଧା ପାଇଁ ଅନେକ ନିଷ୍ପତ୍ତି ନିଆ ଯାଇଛି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ଏହି ବୈଠକରେ ବିଭିନ୍ନ ପ୍ରକାର ତର୍ଜମା ହୋଇଛି । ପରିବେଶ ପାଇଁ ଏଣିକି ଚାଲିବ ଇଲେକ୍ଟ୍ରିବସ୍ । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ । ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ଚାଲିବ ବସ୍ । ରାଜ୍ୟରେ ଯେଉଁସବୁ ସ୍ଥାନ ଅପହଞ୍ଚ ରହିଛି ସେଠାରେ ମଧ୍ୟ ବସ୍ ସେବା ଯୋଗାଇଦେବା ନେଇ ମିଟିଂରେ ଆଲୋଚନା ହୋଇଛି । ସେହିପରି ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ଜାଗାକୁ ବସ୍ ଚଳାଚଳ କରିବ ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୧୫ ବର୍ଷରୁ ପୁରୁଣା ବସକୁ ସ୍କାର୍ପକୁ ଦିଆଯିବ । ଆଗକୁ ଇଲେକ୍ଟ୍ରି ବସ୍ ଅଧିକ ଚଳାଚଳ କରାଯିବ । ସେହିପରି ବର୍ତ୍ତମାନ ଲକ୍ଷ୍ମୀବସକୁ ନେଇ ତର୍ଜମା ଚାଲିଛି । ନାଁ ବଦଳିବା ନେଇ ମଧ୍ୟ ଆଲୋଚନା ହେଇପାରେ ।

Leave a Reply

Your email address will not be published. Required fields are marked *