Pratidin TV

Odisha's Digital News Platform

ନୂଆ ଲୋକସଭା ଅଧିବେଶନରେ ଆଜି ଶପଥ ନେବେ୧୯ ଓଡ଼ିଆ ସାଂସଦ

1 min read

ଆଜି ଲୋକସଭାରେ ୧୯ ଓଡ଼ିଆ ସାଂସଦ ନେବେ ଶପଥ | ଗତକାଲି ଓଡ଼ିଶାର ୨ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି | ଆଜି ବାକି ଥିବା ଓଡ଼ିଆ ସଂସଦ ନେବେ ଶପଥ |

ନିର୍ବାଚନ ଫଳ ପ୍ରକାଶ ଏବଂ ମୋଦୀ ସରକାରଙ୍କ ତୃତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳ ଗଠନର କିଛିଦିନ ପରେ ଆଜି ୧୮ଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ଭାବେ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଥିଲେ। ଏହାପରେ ସେ ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଥିଲେ।

Advertisement

ଏହା ପରେ ସଂସଦରେ ଶ୍ରୀ ମହତାବ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଂସଦ ଭାବେ ଶପଥପାଠ କରାଇଥିଲେ। ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଥିଲେ | ଅବଶିଷ୍ଟ ସାଂସଦ ଆଜି ଶପଥ ନେବେ। ଆସନ୍ତା କାଲି ହେବ ବାଚସ୍ପତି ନିର୍ବାଚନ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେଇଥିଲେ। ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *