Pratidin TV

Odisha's Digital News Platform

ବିଜେଡ଼ିର ୯ ଜଣ ସାଂସଦଙ୍କୁ କାହିଁକି ଡକାଇଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ..

1 min read

ରାଜ୍ୟସଭା ଅଧିବେଶନ ପୂର୍ବରୁ ହଠାତ ବିଜେଡିର ୯ ଜଣ ସାଂସଦଙ୍କୁ ଫୋନ କରି ଡକାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଲୋକସଭାରେ ବିଜେଡିର କୌଣସି ମଧ୍ୟ ଖାତା ଖୋଲି ନଥିବା ସମୟରେ ରାଜ୍ୟସଭାରେ ବର୍ତ୍ତମାନ ଅଛନ୍ତି ୯ ଜଣ ସାଂସଦ | ତେବେ ଗତକାଲି ନବୀନ ପଟ୍ଟନାୟକ ସେମାନଙ୍କୁ ଦେଇଛନ୍ତି ଅନେକ ଗୁରୁମନ୍ତ୍ର | ଯେଉଁ ମନ୍ତ୍ର ଆଧାରରେ ରାଜ୍ୟର ସ୍ୱାର୍ଥ ଓ ବିକାଶ ନେଇ ରାଜ୍ୟସଭାରେ ୯ ଜଣ ସଂସଦ ଉଠାଇବେ ପ୍ରଶ୍ନ | ବିଜେଡି ସଂସଦରେ ରଖିବ କଠୋର ଆଭିମୁଖ୍ୟ | ଲଢେଇ ଆରପାର ହେବ, ବିଜେଡି ବିରୋଧୀ ଦଳ ଭୂମିକାରେ ବସିବ | ଆବଶ୍ୟକ ପଡିଲେ ଗୃହ ମଧ୍ୟ ଭାଗକୁ ଓହ୍ଲାଇବା ବିଜେଡି |

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା;ଏ ଗୁରୁତ୍ୱପୂର୍ଣ୍ଣ ବୈଠକ | ରାଜ୍ୟସଭାରେ ଏହି ୯ ଜଣ ସାଂସଦ ଉଠାଇବେ ବିଭିନ୍ନ ପ୍ରକାର ପ୍ରସଙ୍ଗ | ବିଶେଷ କରି ସ୍ୱତନ୍ତ୍ର ରାଜ୍ୟ ପାଇଁ ମାନ୍ୟତା, ଯାତାୟାତ ପାଇଁ ରାସ୍ତା, ଓ ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱେ ଯୋଗାଯୋଗ ସହ ଓଡ଼ିଶାରେ ୨୩ ପ୍ରତିଶତ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା, ଜଳ, ଜମି ଉପରେ ପ୍ରଶ୍ନ ଉଠାଇବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଗମନଗମନ କିପରି ଉନ୍ନତି ହେବ ତାହା ଉପରେ ମଧ୍ୟ ଦାବି କରାଯିବ |

Advertisement

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ସମେତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୧୫ଲକ୍ଷ ଘର, କୋଇଲା ରୟାଲିଟି ସଂଶୋଧନ , କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼, ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଓ ଦୁର୍ବଳ ରକ୍ଷଣାବେକ୍ଷଣ, ଓଡ଼ିଶାରେ ରେଳ ସଂଯୋଗକୁ ଅଧିକ ସମ୍ପ୍ରସାରଣ ଓ ବ୍ୟାପକ କରିବା, କୋଷ୍ଟାଲ ହାଇୱେ ଓ ଭୁବନେଶ୍ୱର ରିଙ୍ଗରୋଡ୍ ନିର୍ମାଣ, ପ୍ରତ୍ୟେକ ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ରାଜ୍ୟର ସବୁ ପଂଚାୟତରେ ମୋବାଇଲ ଓ ଇଂଟରନେଟ୍ ସେବା ଯୋଗାଣ, ମହାନଦୀ ପ୍ରକଳ୍ପ ସମେତ ଅଟକିଥିବା ସମସ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ, ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ ୩୧୦୦ଟଙ୍କା ଧାନ ଏମଏସପି ଓ ସାର ଉପଲବ୍ଧ କରାଇବା, ଓଡ଼ିଶାର ୧୬୨ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା, ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ସହ ଆଦିବାସୀ ଅଧ୍ୟୁଷ୍ୟିତ ପ୍ରତି ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ, ଇଣ୍ଡଷ୍ଟ୍ରିଆଲ,ଆଇଟି ଓ ଟେକ୍ସଟାଇଲ ପାର୍କ ସହ ସମ୍ବଲପୁର-କୋରାପୁଟ ଓ ବାଲେଶ୍ୱରରେ ଏମ୍ସ ସ୍ଥାପନ ଭଳି ଦାବି ପ୍ରସଙ୍ଗକୁ ରାଜ୍ୟସଭାରେ ବିଜେଡି ସାଂସଦମାନେ ଉତଥାପନ କରିବେ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *