Pratidin TV

Odisha's Digital News Platform

ଅକ୍ଟୋବର ୩୧ ରୁ CTET ପାଇଁ ଆବେଦନ , ଡିସେମ୍ବରରରେ ହୋଇପାରେ ପରୀକ୍ଷା

1 min read

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Centeral Board Of Secondary Education)ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଆସନ୍ତା ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି-ଅନ୍ଲାଇନ୍) ମାଧ୍ୟମରେ ହେବ ପରୀକ୍ଷା । ସିଲାବସ୍, ଭାଷା, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା ହେବାକୁ ଥିବା ସହର, ପ୍ରମୁଖ ତାରିଖ ସମ୍ପର୍କରେ ସିଟିଇଟି ୱେବସାଇଟ୍ https://ctet.nic.in ରେ ଖୁବ୍ଶୀଘ୍ର ଉପଲବ୍ଧ ହେବ ବୋଲି ଦର୍ଶାଯାଇଛି।

ଏହି ପରୀକ୍ଷା ଲାଗି ଆସନ୍ତା ଅକ୍ଟୋବର ୩୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର ୨୪ ଯାଏ ଚାଲିବ ଆବେଦନ ପ୍ରକ୍ରିୟା। ନଭେମ୍ବର ୨୬ ଅପରାହ୍ନ ୩ ଟା ୩୦ ସୁଦ୍ଧା ଫି’ ଦାଖଲ କରିପାରିବେ । ଜେନେରାଲ ଓ ଓବିସି ପିଲାଙ୍କ ପାଇଁ ପେପର ୧ କିମ୍ବା ପେପର ୨ ପାଇଁ ୧୦୦୦ ଟଙ୍କା ଥିବା ବେଳେ ଦୁଇଟି ପେପର ପାଇଁ ୧୨୦୦ ଟଙ୍କା ରହିଛି । ସେହିପରି ଏସଟି ଓ ଏସସି ପିଲାଙ୍କ ପାଇଁ ପେପର ୧ କିମ୍ବା ପେପର ୨ ପାଇଁ ୫୦୦ ଟଙ୍କା ରହିଥିବା ବେଳେ ଉଭୟ ପେପର ପାଇଁ ୬୦୦ ଟଙ୍କା ଧାର‌୍ୟ୍ୟ କରାଯାଇଛି । ଆବେଦନ କରିବା ପୂର୍ବରୁ ୱେବସାଇଟ୍ରେ ଉପଲବ୍ଧ ଥିବା ସମସ୍ତ ତଥ୍ୟ ଓ ନିର୍ଦ୍ଦେଶାବଳୀକୁ ଭଲ ଭାବେ ପଢ଼ିବାକୁ ଆଶାୟୀଙ୍କୁ ପରାମର୍ଶ ଦିଆଯାଇଛି । ସହରରେ ଉପଲବ୍ଧ ସିଟ୍ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆଲଟ୍ କରାଯିବ । ତେଣୁ ଯେଉଁମାନେ ପ୍ରଥମେ ଯେଉଁ ସହର ଲାଗି ଆବେଦନ କରିବେ ସେମାନେ ସମ୍ପୃକ୍ତ ସହରରେ ହିଁ ପରୀକ୍ଷା ଦେବେ ।
OTET-
ପ୍ରକାଶ ଥାଉକି, ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (Odisha Teacher Eligibility Test ) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ତାରିଖ ସମୟ ସୀମାକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ଆସନ୍ତା ୨୬ ତାରିଖ ୧୧ ଟା ୪୫ ପର‌୍ୟ୍ୟନ୍ତ ଫର୍ମ ପୂରଣ ଜାରି ରହିବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଓଟିଇଟି ଦ୍ୱିତୀୟ ପରୀକ୍ଷା । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ । ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ।

Advertisement

Leave a Reply

Your email address will not be published. Required fields are marked *