Pratidin TV

Odisha's Digital News Platform

ହୋଇଯାଆନ୍ତୁ ସାବଧାନ୍ : କଟକ ସହରରେ ଦିନବେଳା ଘରେ ପଶି ଏପରି ଲୁଟୁଛନ୍ତି ଦୁବୁର୍ତ୍ତ

1 min read

କଟକ : ହୋଇଯାଆନ୍ତୁ ସାବଧାନ ଏବେ ଦିନ ଦିପହ୍ୱରେ ଘରେ ପଶିି ଏପରି ଲୁଟୁଛନ୍ତି ଦୁର୍ବୁତ୍ତ , ମୁହଁରେ ସେଲୋଟେପ୍ ଲଗାଇ ବିଲଡରସ୍‌ଙ୍‌କ ଘରୁ ଲୁଟି ନେଲେ ୧୮ ଲକ୍ଷ ଟଙ୍କା । କଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ! କାହାକୁ ବା ନଲାଗିବ । ପୂର୍ବରୁ ଚୋରମାନେ ସୁନସାନ୍ ରାତୀ ଅଦ୍ଧକାରର ଫାଇଦା ନେଇ ଲୁଟ୍‌ବାଟ୍ କରୁଥିଲେ । କିନ୍ତୁ ବର୍ତ୍ତମାନ ଦିନ ଦ୍ୱିପହରରେ ଘରେ ପଶି ଲୋକମାନଙ୍କୁ ଲୁଟୁଛନ୍ତି ଏହି ଦୁର୍ବୁତ୍ତ ।

ସୂଚନା ଅନୁ୍‌ଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ କଟକ ଜିଲ୍ଲା ମହାନଦୀ ବିହାରରେ ରହୁଥିବା ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ମାଡ଼ରେ ବିଲଡରଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନେ ଘରୁ ଫେରିଥିବା ଜଣାଯାଇଛି।
ଗତକାଲି ବିଲ୍ଡର ଜଣଙ୍କ ଜମି ରେଜିଷ୍ଟ୍ରେସନ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ। ଆଜି ତାଙ୍କର ଜମି ରେଜିଷ୍ଟ୍ରେସନ ହୋଇଥାନ୍ତା। ହେଲେ ଆଜି ସକାଳ ୬ଟା ସମୟରେ ୪ରୁ ୫ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକଚମକ ଦେଇଥିଲେ। ପରେ ପରିବାର ଲୋକଙ୍କୁ ମାଡ଼ ମାରି ସେମାନଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ ସେମାନଙ୍କ ମୁହଁରେ ସେଲୋଟେପ୍ ଲଗାଇ ୧୮ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍ କରି ପଳାଇଥିଲେ। ଏହାସହ ବିଲ୍ଡରଙ୍କ ଘରେ ଲାଗିଥିବା ସିସିଟିଭିକୁ ଉପାଡି ଫିଙ୍ଗି ଦେଇଥିଲେ।

Advertisement

ତେବେ ଦୁର୍ବୁତ୍ତମାନେ ଘରୁ ଗଲାପରେ ପରିବାର ଲୋକେ ପୋଲିସ କୁ ଫୋନ କରିଥିଲେ । ଏହାପରେ ପୋଲିସ ସେଠାରେ ପହଞ୍ଚି ପ୍ରାତମିକ ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ଚିକିତ୍ସାଳୟ ପଠାଇଥିବା ବେଳେ ଚାଉଳିଆଗଞ୍ଜ ଥାନାରେ କେସ୍ ଫାଇଲ କରିଛି ।

Leave a Reply

Your email address will not be published. Required fields are marked *