Pratidin TV

Odisha's Digital News Platform

ଆଜି ସଂସଦରେ ମିଳିତ ଅଧିବେଶନ, ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ଆଜି ସଂସଦରେ ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେବ ଆଲୋଚନା। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶର ଉଦବୋଧନ ରଖିବେ ରାଷ୍ଟ୍ରପତି | ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍ ମ୍ୟାପ ସମ୍ପର୍କରେ ସୂଚନା ଦେଇପାରନ୍ତି |

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ଅଶ୍ୱବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ ଆସିବେ | ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନକୁ ସମ୍ବୋଧନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ନୂଆ ସଂସଦ ଭବନର ଗଜ ଦ୍ୱାର ଦେଇ ପ୍ରବେଶ କରିବେ | ତେବେ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଗୃହର ପ୍ରିଜାଇଡିଂ ଅଫିସର ସ୍ୱାଗତ କରିବେ |

Advertisement

ତେବେ ୨ ଦିନି ହେବ ଲୋକସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହେବ ରାଜ୍ୟସଭାର ଗୃହ କାର୍ଯ୍ୟ | ସେପଟେ ଜୁଲାଇ ୨ ଏବଂ ୩ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ | ଜୁଲାଇ ୨ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଦେବେ ଉଦବୋଧନ |

Leave a Reply

Your email address will not be published. Required fields are marked *