Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ଜଗବନ୍ଧୁଙ୍କ ଡାଏରୀ , ଏବେ ଖୋଲିବ ବଡ ବଡୁଆଙ୍କ ରାଜ୍ !

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ହାତଲେଖା ଡାଏରୀ ପାଇଛି ପୋଲିସ । ତେବେ ଅକ୍ଟୋବର ୬ ରେ ଅର୍ଚ୍ଚନା ଏବଂ ଗତକାଲି ଜଗବନ୍ଧୁଙ୍କୁ ଘରୁ ଉଠାଇ ନେଇଥିଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ । ଏହି ମାମାଲାକୁ ନେଇ ଗତକାଲି ଭୁବନେଶ୍ୱର ଡିସିପି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ମାମଲାରେ ଯାହାବି ସଂପୃକ୍ତି ଥିବ , କାର୍ଯ୍ୟାନୁଷ୍ଠାନ ହେବା । ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାରେ ବି ୧୬ ଟି ମାମଲା ରୁଜ୍ଜୁ ହେଇଛି । ଯାହା ସଠିକ୍ ପ୍ରମାଣ ହେବାପରେ ଶୁକ୍ରବାର ଦିନ ପୋଲିସ ତାକୁ ଗିରଫ୍ କରିଥିଲା । ପୀଡିତାଙ୍କୁ ଡରାଇବା,ବ୍ୱ୍‌ାକମେଲ କରିବା , ଦାଦବଟି,ଫଟୋଭାଇରାଲ କରିବା ଇତ୍ୟାଦି ଅଭିଯୋଗ ରହିଛି । ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ ହୋଇଛି। ଆବଶ୍ୟକ ହେଲେ ଉଭୟଙ୍କୁ ରିମାଣ୍ଡରେ ଆଣିବୁ ବୋଲି ଡିସିପି କହିଛନ୍ତି।

ଡିସିପି ପ୍ରତୀକ ସିଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯାହା ଏ ସମ୍ପୂର୍ଣ୍ଣ ଖେଳ ଉପରୁ ପରଦା ଉଠାଇପାରେ । ଜଗବନ୍ଧୁଙ୍କ ଘରୁ ପୋଲିସ ଗୋଟିଏ ଡାଏରୀ,୪ଟି ମୋବାଇଲ , ଗୋଟିଏ ଲାପଟପ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅର୍ଚ୍ଚନା ଫାଶରେ ଯେତିକି ନେତାମନ୍ତ୍ରୀ ଫସିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣ ବିଧାୟକ ଥିବା ବେଳେ ୭ ଜଣ ମନ୍ତ୍ରୀ ମଧ୍ୟ ସଂପୃକ୍ତ । ତେବେ ଗତକାଲୀ ଜଗବନ୍ଧୁଙ୍କ ଘରୁ ତାଙ୍କର ଏକ ହାତଲେଖା ଡାଏରୀ ଜବତ ହେବାପରେ , ରାଜ୍ୟର ରାଜନୀତି ଅବସ୍ଥା ଦୋହଲିବାରେ ଲାଗିଛି । କାରଣ ଜଗବନ୍ଧୁ ସେଥିରେ ନେତା ମନ୍ତ୍ରୀ ନାଁ ଉଲ୍ଲେଖ କରିଥିବା ନେଇ ସନ୍ଦେହ କରିଛି ଗଣମାଧ୍ୟମ । ତେବେ ଦେଖିବା ବାକିରହିଲା ଯେ କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଂ ଲମ୍ବିଥିବା ରାଜ୍ୟର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲରେ ସଂପୃକ୍ତ ଥିବା ବଡ ବଡୁଆଙ୍କ ଉପରୁ କେତେଶୀଘ୍ର ପରଦା ଉଠାଉଛି ପୋଲିସ ।

Leave a Reply

Your email address will not be published. Required fields are marked *